ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗରୁ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଧକ୍କା । ଦଳ ଛାଡ଼ିଛନ୍ତି ୭ ଜଣ ବିଧାୟକ । ଟିକେଟ୍ ମିଳି ନଥିବା ଓ ଦଳୀୟ ନେତୃତ୍ୱ ଉପରେ ଅସନ୍ତୋଷ ଝାଡ଼ି ବିଧାୟକମାନେ ଦଳ ଛାଡ଼ିଛନ୍ତି । ଏହି ବିଧାୟକମାନେ ହେଲେ ତ୍ରିଲୋକପୁରୀରୁ ରୋହିତ ମେହରୁଲିଆ, କସ୍ତୁରବା ନଗରରୁ ମଦନ ଲାଲ, ଜନକପୁରୀରରୁ ରାଜେଶ ରିଷି, ପାଲମ ଆସନରୁ ଭାବନା ଗୌର, ବିଜୱାସନରୁ ଭୂପିନ୍ଦର ସିଂ ଜୁନ, ଆଦର୍ଶ ନଗରରୁ ପୱନ କୁମାର ଶର୍ମା । ଏହାସହ ଏମାନେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।
ଚଳିତ ନିର୍ବାଚନରେ ଆପ୍ ପକ୍ଷରୁ ଏହି ବିଧାୟକମାନଙ୍କୁ ଟିକେଟ ଦିଆଯାଇ ନଥିଲା । ସେପଟେ ମେହରୁଲ୍ଲୀ ବିଧାୟକ ନରେଶ ଯାଦବଙ୍କ ବିରୋଧରେ ଏକ ସଙ୍ଗୀନ ମାମଲାରେ ପ୍ରମାଣ ମିଳିଥିବାରୁ ସେ ନିଜ ତରଫରୁ ଟିକେଟ୍ ଫେରାଇ ଦେଇଥିବା କୁହାଯାଉଛି ।