Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସଭାପତି ରୁଦ୍ରାକ୍ଷ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବୀରାମହରାଜପୁର କଲେଜର ଅଧ୍ୟକ୍ଷ ଡ଼ ହିମାଂଶୁ ଶେଖର ପାଢୀ ଯୋଗଦେଇ ଲକ୍ଷ୍ୟ ହାସଲ ପାଇଁ କଠୋର ପରିଶ୍ରମ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂପାଦକ ରାଜେନ୍ଦ୍ର ପଧାନ ବିବରଣୀ ପଠନ କରିଥିଲେ। ଏହି କ୍ରମରେ ବିଦ୍ୟାଳୟର ପୂର୍ବତନ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓ ଏ ଏସ ପାଇଥିବା ସବନମ୍‌ ମେହେର , ଡାକ୍ତର ସୌଜନ୍ୟ ପ୍ରତୀକ ପଣ୍ଡା , ଅଧ୍ୟାପକ ଅମ୍ରିତ୍‌ କୁମାର ପଣ୍ଡା , ଡାକ୍ତର ରାଜକୁମାର ମେହେର , ଓଡ଼ିଶା ବିଧି ସେବା ପ୍ରାପ୍ତ ରଜତ କୁମାର ସାହୁ , ତ୍ରିଦେବ କୁମାର ଅମାତ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କର ଅନୁପସ୍ଥିତିରେ ତାଙ୍କ ପିତା ମାତା ଙ୍କୁ ସମ୍ମାନିତ କରାଯାଇଛି। ପୁନଶ୍ଚ ଛାତ୍ର ବୃତ୍ତି ପାଇଥିବା ଅଂଶୁମାନ ଦାଶ , ପ୍ରତ୍ୟୁଷା ସ୍ବାଇଁ , କୃଷ୍ଣ ଗୋପାଳ ପଧାନ , ସୋନମ ମେହେର ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତି ଛାତ୍ର ଛାତ୍ରୀ ଆରାଧ୍ୟା ମହାକୁର , ସ୍ବୟଂଶ୍ରୀ ପଧାନ , ସୁଜନ ପାତ୍ର , ସୌମ୍ୟା ପଧାନ , ଆଦର୍ଶ ପଧାନ , ଶାଶ୍ବତ ବିଶି , ଜୟ ପ୍ରକାଶ ଶତପଥି ,ଲିପ୍‌ସା ମିଶ୍ର , ସୌମ୍ୟ ସ୍ବରୂପ ମିଶ୍ର , ଜିଜ୍ଞାସା ପଣ୍ଡା , ସୌମ୍ୟ ରଞ୍ଜନ ସାହୁ , ଅଭିଜିତ ଧରୁଆ,ଆଦ୍ୟାଶା ପଧାନ ଏବଂ ସଂସ୍କୃତି ଜ୍ଞାନ ପରୀକ୍ଷାରେ ସନ୍ତୋଷିନୀ ନାୟକ, ବିଜୟ ଲକ୍ଷ୍ମୀ ପଣ୍ଡା , ଦିପ୍ତିମୟୀ ଖଣ୍ଡଗିରୀ , ସୁଜାତା ଶତପଥୀ ପ୍ରମୁଖ ପୁରସ୍କୃତ ହୋଇଥିଲେ। ସମସ୍ତଙ୍କୁ ମାନପତ୍ର ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ l ଆଚାର୍ଯ୍ୟା ସନ୍ତୋଷିନୀ ସାମନ୍ତରା ସଭା ସଂଯୋଜନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ଡାଙ୍ଗ, ଭାଗିରଥି ମେହେର , ଜୀତେନ୍ଦ୍ରିୟ ଦାଶ , ଗୀତାଞ୍ଜଳି ରଥ, ଗୀତାଞ୍ଜଳି ଲୁହା ପ୍ରମୁଖ ଉପସ୍ଥିତ ରହିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏଥିରେ ୩୦୦ଜଣ ଅଂଶଗ୍ରହଣ କରିଥିଲେ। ଆଚାର୍ଯ୍ୟ ଉମେଶ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l