Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଅଡ଼ାଲ କୁ ହରାଇ ଖୁଣ୍ଟଲାପାଲି ଚାମ୍ପିୟନ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତ ମେଣ୍ଡିଲିପାଲି ରେ ହେଉଥିବା ୧୬ତମ ମା’ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ଅଡ଼ାଲ କୁ ହରାଇ ଖୁଣ୍ଟୁଲାପାଲି ଦଳ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ଅଡାଲ ଦଳ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୬ ଓଭର ରେ ୩ ଉଇକେଟ ହରାଇ ୯୪ ରନ କରିଥିଲା । ଜବାବରେ ଖୁଣ୍ଟୁଲାପାଲି ଦଳ ନିର୍ଦ୍ଧାରିତ ୬ ଓଭର ରେ ୩ ଉଇକେଟ ହରାଇ ୭୭ ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ଫର୍ମାଟ ରେ ଅଡାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩ ଓଭର ରେ ୩ ଉଇକେଟ ହରାଇ ୩୨ ରନ କରିଥିବା ବେଳେ ଖୁଣ୍ଟୁଲାପାଲି ଦଳ ଆବଶ୍ୟକୀୟ ୩୩ ରନ କୁ ୨.୫ ଓଭର ରେ ୩ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ନିର୍ଣ୍ଣାୟକ ସୁପର ଓଭର ଖେଳ ହୋଇଥିଲା। ଏଥିରେ ଅଡାଲ ଦଳ ୬ ରନ କରିଥିବା ବେଳେ ଖୁଣ୍ଟୁଲାପାଲି ଦଳ ୭ ରନ ସଂଗ୍ରହ କରି ମ୍ୟାଚ୍ ର ବିଜେତା ହୋଇ ଚାମ୍ପିଅନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ, କ୍ରୀଡାବିତ ଗୋବିନ୍ଦ ନାଏକ,ସୁଦାମ ମହାନନ୍ଦ,ନମିତା ଉର୍ମା,ସୁରେନ୍ଦ୍ର କର୍ଣ୍ଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଖୁଣ୍ଟୁଲାପାଲି ଦଳ ଶଙ୍କର ପତ୍ର ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ସିରିଜ ଭାବେ ପୁରସ୍କୃତ କରାଯିବା ସହିତ ଚାମ୍ପିଅନ ଦଳ କୁ ନଗଦ ୧୫ହଜାର ଟଙ୍କା ଓ ଉପବିଜେତା ଦଳ କୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ ରେ ଦିନେଶ ମହାକୁର ଓ କୁନା କର୍ଣ୍ଣ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ସୁଶାନ୍ତ ନାଏକ ସ୍କୋରର ଏବଂ ମାନସ ନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ।