ଚମ୍ପାମାଳ ମନ୍ଦିର ପରିସରରେ ଦୋଳ ପୂର୍ଣ୍ଣିମା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ପ୍ରସିଦ୍ଧ ଯାତ୍ରା ଦୋଳ ପୁର୍ଣିମା ପାଇଁ ଚମ୍ପାମାଲ ଚମ୍ପେଶ୍ୱର ମନ୍ଦିର ନିକଟରେ ଦୋଳଯାତ୍ରା ପାଇଁ ଏକ ବୈଠକ ବସିଥିଲା । ଏହି ବୈଠକରେ ଦୋଳଯାତ୍ରା କମିଟି ଗଠନ ପାଇଁ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ଯାତ୍ରା କମିଟି ସଭାପତି ଭାବରେ କିଶୋର ହୋତା ଙ୍କୁ ଚୟନ କରାଯାଇ ଥିଲା I ସେହିପରି ଉପସଭାପତି ଭାବରେ ବିଶ୍ୱ ନାଥ ଥନାପତି ସମ୍ପାଦକ ଭାବରେ ଆଶୁତୋଷ କର୍ଣ୍ଣ , ସହ ସମ୍ପାଦକ ଭୋଳାନାଥ ସେଠି , କୋଷାଧ୍ୟକ୍ଷ ପଞ୍ଚାନନ ମହାରଣା , ରବିନାରାୟଣ ବିଶି ପ୍ରମୁଖ ମନୋନୀତ ହୋଇଥିଲେ l ଚଳିତ ବର୍ଷ ଚମ୍ପେଶ୍ୱର ମନ୍ଦିର ପରିସରରେ ରେ ରାମାୟଣ ପାରାୟଣ , ସନ୍ଧ୍ୟା ସମୟରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଛି l ଉକ୍ତ ବୈଠକ ରେ ସରୋଜ କୁମାର ହୋତା , ପ୍ରମୋଦ କୁମାର ପୁରୋହିତ , ଅନନ୍ତ ନାରାୟଣ ପୁରୋହିତ , ସିତୁ ଥନାପତି , ଆକାଶ ଥନାପତି , ରାମଚନ୍ଦ୍ର ଭୁକ୍ତା ପ୍ରମୁଖ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ l