Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମମାଟିରେ ରାଷ୍ଟ୍ରପତି; ଆଜି ବୁଲି ଯିବେ ଶିମିଳିପାଳ

ବାରିପଦା : ଗତକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ । ଆଜି ତାଙ୍କର ଦ୍ବିତୀୟ ଦିନ । ଆଜି ଶିମିିଳିପାଳ ବୁଲି ଦେଖିବେ ରାଷ୍ଟ୍ରପତି।

ନିଜ ଜନ୍ମମାଟିରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଆଜି ତାଙ୍କର ଶିମିଳିପାଳ ଗସ୍ତ ରହିଛି। ଏଥିପାଇଁ ୨ ଦିନ ଲାଗି ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟକୁ ବନ୍ଦ ରଖାଯାଇଛି। ସନ୍ଧ୍ୟାରେ ଅଭୟାରଣ୍ୟ ପରିଦର୍ଶନ କରିବେ ମହାମହିମ। ଏହାପରେ ବାରିପଦା ଗେଷ୍ଟ ହାଉସରେ ବିଶ୍ରାମ ନେବେ।

ସେହିପରି ଆସନ୍ତାକାଲି ବାରିପଦାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ