ଉଲୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବରେ ଅତିଥି ଙ୍କ ମତ ହେଲା ଶିକ୍ଷl ପାଇଁ ଧନର ଆବଶ୍ୟକତା ନାହିଁ , ମନର ଆବଶ୍ୟକତା


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର 28ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ବୀରେନ ହୋତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିପ ପ୍ରଜ୍ଵଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ l ମୁଖ୍ୟବକ୍ତା ଭାବରେ ସୋନପୁର କଲେଜର ସଂସ୍କୃତ ଅଧ୍ୟାପକ କୈଳାସ ଚାନ୍ଦ ଯୋଗଦେଇ ମାଁ ଜାଗୃତ ହେଲେ ଶିକ୍ଷାର ଉନ୍ନତି ହୋଇପାରିବ ଏବଂ ଶିକ୍ଷା ପାଇଁ ଧନର ଆବଶ୍ୟକତା ନୁହେଁ ମନର ଆବଶ୍ୟକତା ବୋଲି ମତ ବ୍ୟକ୍ତ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଶଶାଙ୍କ ଶେଖର ରଥ , ଶୁଭମ୍ ପଣ୍ଡା , ଉଗ୍ରସେନ ରଣା , ସୁନୀତା ପଧାନ , ପାୟଲ ଭୋଇ , ଆଦିତ୍ୟ କୁମାର ପାଣିଗ୍ରାହୀଙ୍କ ସହିତ 80ଜଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗର ସଭା ପରିଚାଳନା କରିଥିଲେ l ସମ୍ପାଦକ ଅମର କୁମାର ସିଂ ବିବରଣୀ ପାଠ କରିବା ସହ ଧନ୍ୟବାଦ ଅର୍ପଣ ଦେଇଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ହୃଦୟ ସ୍ପର୍ଶି ନାଟକ ଜରାଶ୍ରମ ନାଟକ ପରିବେଷଣ ସହ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l ଜନାର୍ଦ୍ଦନ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ , ଆଚାର୍ଯ୍ୟl ସହଯୋଗ କରିଥିଲେ l