Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ଦ୍ୱାରା ୪୯ ଟି ଅଭିଯୋଗ ଶୁଣାଣୀ

ବାଲିଗୁଡା, ୪/୨ 🙁 ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ଅମ୍ରିତ ଋତୁରାଜ ଅଭିଯୋଗ ଶୁଣାଣି କରିଛନ୍ତି । ଏଥିରେ ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଓ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥୂଲେ । ଏହି କାର୍ଯ୍ୟକ୍ରମରେ ୪୯ଟି ଅଭିଯୋଗ ଶୁଣିଛନ୍ତି l ସେଥି ମଧ୍ୟରୁ ୩୪ଟି ବ୍ୟକ୍ତିଗତ ଥିବା ବେଳେ ୧୫ ଟି ସାମୂହିକ ଥିବା ଜଣାପଡିଛି । ଏଥିରେ ବିଭାଗ ଦ୍ବାରା ହୋଇଥିବା ସିର୍ତିଗୁଡା ବିଦ୍ୟୁତ ଗ୍ରୀଡକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ବୁଡ଼ୁକିଆ ଆଶ୍ରମ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଯୋଗାଇବା, ଦାସୁଙ୍ଗିଆକୁ ରାଜସ୍ବଗ୍ରାମର ମାନ୍ୟତା, ରାସ୍ତାଘାଟ, ପାଣି ସମସ୍ୟା ଆଦି ଅନେକ ଅଭିଯୋଗ ହୋଇଛି । ଏହି ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ଓ ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ