ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରବୀନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଆୟୋଜିତ ବାର୍ଷିକ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ର ସଭାପତି ଅକ୍ଷୟ ଶଙ୍ଖୁଆ , ମୁଖ୍ୟବକ୍ତା ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ଝସକେତନ ପଧାନ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ବିଜୟ କୁମାର ପଧାନ , ସମ୍ପାଦକ ରବୀନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅନ୍ୟତମ ସମ୍ମାନୀତ ଅତିଥି ପରିଚାଳନା କମିଟି ର ସଦସ୍ୟ ବିମ୍ବାଧର ପଧାନ , ରତ୍ନlକର ପଧାନ , ଲକ୍ଷ୍ମଣ ମାଝୀ , ମଞ୍ଚାସିନ ଥିଲେ l ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଜଗବନ୍ଧୁ ବେରିହା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ର ଅଧ୍ୟlପକ ଶରତ ଭୋଇ ସ୍ୱlଗତ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ l ସୁସ୍ଥ ସମାଜ ଗଠନ ରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ସଂସ୍କୃତ ଅଧ୍ୟାପିକା ଜ୍ୟୋତ୍ସ୍ନା ଶଙ୍ଖୁଆ ସଭା ସଂଯୋଜନା କରିଥିବା ବେଳେ ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ବାର୍ଷିକ ଉତ୍ସବ ରେ ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏକ କ୍ଷୁଦ୍ର ନାଟକ (କାନା ହେଇଗଲା ରେ) ଏବଂ ସଂଗୀତ ନୃତ୍ୟ ଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା , ଏଥିରେ ଅଧ୍ୟାପକ ରାଜୀବ ମହାପାତ୍ର , ଗୋପାଳ ସାହୁ , ଓଡ଼ିଆ ଅଧ୍ୟାପିକl ବିଷ୍ଣୁପ୍ରିୟା ମହାକୁର , ସୁମନ୍ତ ଦଳାଇ , ମଧୁସୂଦନ କର୍ଣ୍ଣ , ସତ୍ୟମୋହନ ପଧାନ , ରାଧେଶ୍ୟାମ ବାରିକ , ସୁଦାମ ଉର୍ମl , ସୀତାକାନ୍ତ ଭୋଇ , ସୁଦର୍ଶନ ପଣ୍ଡା , ଏବଂ ଚକ୍ର ଧର ନାଏକ ସହଯୋଗ କରିଥିଲେ l