ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୨୦ତମ ପାତାଳୀ ମହୋତ୍ସବ ର ଆଜି ୬ଷ୍ଠ ସନ୍ଧ୍ୟାରେ ପହିଞ୍ଚିଛି । ମଙ୍ଗଳବାର ବିଶେଷ କରି ମହାପ୍ରଭୁଙ୍କ ଦୁର୍ଲଭ ୩୨ ବେଶ ପ୍ରଦର୍ଶନ ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ, ନାମ ସଂକୀର୍ତ୍ତନ ର ମହାନ ପାର୍ବଣ ହେଉଛି ପାତାଳୀ ମହୋତ୍ସବ । ଏହି ମହୋତ୍ସବ ୨୯ତାରିଖରୁ ଆରମ୍ଭ ହୋଇ ୬ତାରିଖରେ ପୂର୍ଣ୍ଣାହୂତି ହେବ। ୬ଷ୍ଠ ସନ୍ଧ୍ୟା ଅଧିବେଶନରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବୟନିକା ସଭାପତି ପ୍ରକାଶ ମେହେର ଯୋଗ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ସମାଜସେବୀ କୃର୍ତୀବାସ ମିଶ୍ର , ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଅଧ୍ୟକ୍ଷା ଶାନ୍ତି ଲୁହା ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ବାସ୍ତବରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଲୀଳାର ଠାକୁର , ସେ ହେଉଛନ୍ତି ଏ ମାଟିର ଆରାଧ୍ୟ ଦେବତା । ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ। ସେପଟେ ୫୬ପ୍ରହରୀ ନାମଯଜ୍ଞ ରେ ଆଜି ଖୁଣ୍ଟୁଲାପାଲି ଗାଁ ର ଦାୟିତ୍ୱ ରହିଥିଲା। ଛଳିଆ ପାହାଡରେ ଚାଲିଥିବା ଭାଗବତ ସପ୍ତାହ ପାରାୟଣ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଅଖଣ୍ଡ ଘୃତଯଜ୍ଞ ଚାଲିଥିବା ମହାପ୍ରଭୁଙ୍କ ଦୁର୍ଲଭ ୩୨ବେଶ ପ୍ରଦର୍ଶନ ଭକ୍ତମାନେ ଦର୍ଶନ କରୁଛନ୍ତି। ଏହି ମହୋତ୍ସବ ୨୦ବର୍ଷ ହେଲା ୮ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେଉଅଛି ।