Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଏବେ ଶିକ୍ଷକ ହୋଇ ପିଲାଙ୍କୁ ପଢ଼ାଇବେ ପାଠ ; ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ବଦଳି ଯୋଗୁଁ ଚାରିଆଡ଼େ ଖୁସିର ଲହରି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କୁ ବଦଳି ନିର୍ଦେଶ ଦେଇଛନ୍ତି l ରାଜ୍ୟସରକାର ଙ୍କ ପତ୍ର ସଂଖ୍ୟା ୩ ୫ ୭ ୩ ଗତ ଚାରି ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ଚାନ୍ଦବାଲି ଭଦ୍ରକ ଜିଲ୍ଲାକୁ ହେବା ପରେ ସାରା ସୁବର୍ଣ୍ଣପୁର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିବା ଜଣାଯାଇଛି l ଶ୍ରୀ କୁମ୍ଭକାର ସୁବର୍ଣ୍ଣପୁର ଜିଲ୍ଲାର ତିନୋଟି ବ୍ଲକ ର ଦାଇତ୍ୱ ମଧ୍ୟ କିଛି ବର୍ଷ ପୂର୍ବରୁ ତୁଲାଇଥିବାର ନଜର ଅଛି ଏବଂ ବିଭିନ୍ନ ପ୍ରକାର ଆଳ ଦେଖାଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବଦଳି କରି ହଇରାଣ ହରକତ କରୁଥିବା ଜିଲ୍ଲାରେ ଚର୍ଚ୍ଚା ମଧ୍ୟ ହେଉଥିଲା l ବର୍ତ୍ତମାନ ବଦଳି ନିର୍ଦ୍ଦେଶ ଆସିବା ପରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଖୁସି ହେଉଥୁବା ଜଣାଯାଇଛି l ଶ୍ରୀ କୁମ୍ଭକାର ଦୀର୍ଘ ଆଠ ବର୍ଷ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱ ରେ ଥିଲେ ଏବଂ ଏବେ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇବେ ରାଜ୍ୟ ସରକାରଙ୍କ ନିଷ୍ପତି କୁ ଅଂଚଳରେ ବୁଦ୍ଧିଜୀବୀ ମାନେ ସ୍ୱାଗତ ଯୋଗ୍ୟ ନିଷ୍ପତ୍ତି ବୋଲି ମତ ବ୍ୟକ୍ତ କରୁଥିବା ଜଣାଯାଇଛି l