Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ ସମାରୋହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ “ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଗାଁ’ର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ମୋଟ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ। ଗାଁ’ର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଳକ୍ ଆଭାସୀ ମାଧ୍ୟମରେ ଯୋଡ଼ି ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ସାମିଲ୍ ହୋଇଥିଲେ। ବାଲିଗୁଡାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, କନ୍ଧମାଳ ସାଂସଦଙ୍କ ବାଲିଗୁଡ଼ା ଏନ୍ ଏସି ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସଭାପତି ମନୋଜ କୁମାର ରଥ, ବିଡ଼ିଓ ଦୀପ୍ତି ରଞ୍ଜନ ବେହେରା , ସମସ୍ତ କର୍ମଚାରୀ , ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ। ଉପସ୍ଥିତ ରହି ଏହି ଯୋଜନା ମାଧ୍ୟମରେ ପ୍ରତି ଗାଁ’ରେ ଭଲ ରାସ୍ତା, ଡ୍ରେନ, ପାଠାଗାର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗ ରୁମ, ମାର୍କେଟ ସେଡ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ଆଦି ନିର୍ମାଣ କରାଯିବା ସହ ଧାର୍ମିକ ପୀଠ, ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀ, ଶିକ୍ଷା ତଥା କ୍ରୀଡା ଭିତ୍ତିଭୂମି ଆଦିର ବିକାଶ ମଧ୍ୟ କରାଯିବ ବୋଲି କହିଥିଲେ। ଏହି ଅବସରରେ ଜିଲାର ସମସ୍ତ ଅଧିକାରୀ ଏବଂ ଜନସାଧାରଣ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ ସଂଗଠନ ର କଳାକାର ମାନେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକ ନୃତ୍ୟ ମାଧ୍ୟମରେ ସଚେତନ କରିଥିଲେ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ