ଭୁବନେଶ୍ବର: ପ୍ରତିଦିନ ଜମ୍ପ ମାରୁଛି ସୁନା ଦର । ସ୍ଥିତି ଏବେ ଏମିତି ଯେ, ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସୁନା ସୁନେଲୀ ସ୍ବପ୍ନ ପାଲଟିଯାଇଛି । ଗୋଟିଏ ଦିନରେ ୯୫୦ ଟଙ୍କା ବଢ଼ି ୨୨ କ୍ୟାରେଟ ସୁନାର ଦର୧୦ ଗ୍ରାମକୁ ୭୯ ହଜାର ଟଙ୍କା ପାର କରିଛି । ସେହିପରି ୨୪ କ୍ୟାରେଟ ସୁନାର ଦର ୮୬ ହଜାର ଟପିଛି ।
ଟ୍ରମ୍ପ ଶାସନକୁ ଆସିବା ପରେ ବିଶ୍ବରେ ଲାଗି ରହିଥିବା ଅସ୍ଥିରତା ଯୋଗୁଁ ସୁନା ଦର ଆକାଶଛୁଆଁ ହୋଇଥିବା କୁହାଯାଉଛି । ବିଶ୍ବରେ ଚାଲିଥିବା ଟ୍ରେଡ ୱାର ପାଇଁ ଦର ବଢୁଥିବା ଚର୍ଚ୍ଚା । ପ୍ରଥମ ଥର ପାଇଁ ସୁନା ଦର ୭୯ ହଜାର ୫୦ ଟଙ୍କା ଛୁଇଁଛି । ମଙ୍ଗଳବାର ସୁନା ଦର ୧୦ ଗ୍ରାମକୁ ୭୮ ହଜାର ୧୦୦ ଟଙ୍କା ଥିବା ବେଳେ ବୁଧବାର ୯୫୦ ଟଙ୍କା ବଢି ୭୯ ହଜାର ଟପି ଯାଇଛି । ସେହିପରି ୨୪ କ୍ୟାରେଟ ସୁନା ମୁଲ୍ୟ ୧୦ ଗ୍ରାମକୁ ୮୫ ହଜାର ୨୦୦ ଟଙ୍କା ଥିବା ବେଳେ ୧୦୪୦ ଟଙ୍କା ବଢି ୮୬ ହଜାର ୨୪୦ ଟଙ୍କା ଛୁଇଛି । ୧୮ କ୍ୟାରେଟ ସୁନା ଦର ମଧ୍ୟ ବଢି । ୧୦ ଗ୍ରାମ ୧୮ କ୍ୟାରେଟ ସୁନା ମୂଲ୍ୟ ୬୪ ହଜାର ୬୮୦ରେ ଛୁଇଁଛି ।
କାନାଡା, ମେକ୍ସିକୋ, ଚୀନ ଭଳି ଦେଶ ଉପରେ ଆମେରିକା ଟାରିଫ ବୃଦ୍ଧି କରିବା ପରେ ଦରରେ ପରିବର୍ତ୍ତନ ଦେଖାଦେଇଛି । ବିଶ୍ବରେ ଏକ ପ୍ରକାରର ଆର୍ଥିକ ଅସ୍ଥିରତା ଯୋଗୁଁ ସୁନା ଦର ବଢୁଥିବା କୁହାଯାଉଛି ।