ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତ ର ଚୌକା ଗ୍ରାମ ଖେଳ ପଡିଆ ରେ ହେଉଥିବା ସପ୍ତମ ମା’ ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ରେ ଅଡ଼ାଲ କୁ ହରାଇ ଗୁଡ଼ିପାଲି ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ରେ ଅଡ଼ାଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୭୨ ରନ କରିଥିଲା । ଦଳର ପ୍ରଭାସ ସିଂ ସର୍ବାଧିକ ୨୦ ରନ ଓ ଦିନେଶ ପ୍ରଧାନ ୧୩ ରନ କରିଥିଲେ । ବିପକ୍ଷ ଗୁଢିପାଲି ଦଳର ହରେକୃଷ୍ଣ ବାରିକ ୨ ଟି ଉଇକେଟ ନେଇଥିଲେ । ଜବାବରେ ଗୁଢ଼ିପାଲି ଦଳ ଆବଶ୍ୟକୀୟ ୭୩ ରନ କୁ ୫.୧ ଓଭର ରେ ୨ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଦଳର ଅନନ୍ତ ସେଠୀ ଓ ସଦାନନ୍ଦ ବାରିକ ପ୍ରତ୍ୟେକ ୨୧ ରନ ଲେଖାଏଁ କରିଥିଲେ। ବିପକ୍ଷ ଅଡ଼ାଲ ର ନରୋତ୍ତମ ବାଦୀ ଓ ଶାନ୍ତନୁ ବାଦୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଅନୁଷ୍ଠିତ ପୁରସ୍କାର ଵିତରଣି ଉତ୍ସବ ରେ କ୍ରୀଡାବିତ ଅଚ୍ୟୁତ ପାତ୍ର , ସମିତି ସଭ୍ୟ ପ୍ରତିନିଧି ସୌମିତ୍ରୀ ଗର୍ଡ଼ିଆ , କୃଷ୍ଣଚନ୍ଦ୍ର ଲଉରିଆ , ହେମସାଗର ଝଙ୍କାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଗୁଢିପାଲି ଦଳର ଅନନ୍ତ ସେଠୀ ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ଗୁଢିପାଲି ଦଳ କୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅପ ଅଡ଼ାଲ ଦଳ କୁ ନଗଦ ୧୦ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ କୁ ରାଜକୁମାର ପ୍ରଧାନ ଓ ଅମିତାଭ ଝାଙ୍କର ଅମ୍ପାୟାର ଭାବେ ପରିଚାଳନା କରିଥିବା ବେଳେ ବିରେନ୍ଦ୍ର ପାତ୍ର ସ୍କୋରିଙ୍ଗ ଏବଂ ରାଜେଶ କର ଧାରାବିବରଣି ପ୍ରଦାନ କରିଥିଲେ l
ସପ୍ତମ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଅଡାଲ କୁ ହରାଇ ଗୁଢିପାଲି ଦଳ ଚାମ୍ପିଅନ ଘୋଷିତ
