ସିର୍ତ୍ତିଗୁଡାରେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଆରମ୍ଭ : ଦଶ ହଜାର ରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ


କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଠାରେ ରେ ୬୪ ତମ ବିଶ୍ୱ ଶାନ୍ତି ପଞ୍ଚ ମହାଯଜ୍ଞ ରବିବାର ଆରମ୍ଭ ହୋଇଛି l ସିର୍ତ୍ତୀଗୁଡା ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନଯଜ୍ଞ ଓ ଗୋ-ଯଜ୍ଞ ନିୟମିତ ଚାଲୁରହିବ l ଅଧିଷ୍ଠାତ୍ରୀ ଦେବୀ ମା ‘ ଦୁର୍ଗା, ପାଟ୍ଟଖଣ୍ଡା, ଓ ବରାଳଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଚୈତନ୍ୟ ଠାକୁର ମଣ୍ଡପ ପ୍ରାଙ୍ଗଣରେ ପଞ୍ଚ ମହାଯଜ୍ଞ ମହା ଆଡମ୍ବର ସହକାରେ ପାଳିତ ହେଉଛି l ସମଗ୍ର ଜ଼ିଲ୍ଲା ତଥା ଜିଲ୍ଲା ବାହାରୁ ଶହେରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି l ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମୁଛି l ଜ଼ିଲ୍ଲା ର କୋଣ ଅନୁକୋଣ ରୁ କୋଡିଏ ହଜାର ରୁ ଉର୍ଦ୍ଧ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମ ରେ ଗ୍ରାମ୍ୟ କମିଟି ସଭାପତି ଶଙ୍କର ବେହେରଦଳାଇ, ସମ୍ପାଦକ ସୁକାନ୍ତ ବେହେରଦଳାଇ, କୋଷାଧକ୍ଷ ସନକ ବେହେରା ଙ୍କ ସମେତ ଗ୍ରାମବାସୀ ମହିଳା ମଣ୍ଡଳ ସହଯୋଗ କରୁଥିବା ଜଣାପଡିଛି l ଗୁରୁବାର ଦିନ ସମସ୍ତ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ସ୍ଥାନୀୟ ନାଟ୍ୟ ଅନୁଷ୍ଠାନ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରାମାୟଣ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି l

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।