ଟିକୁଡା ରେ ଦୁଇ ଦିନିଆ ଡୁମାଳ ସମାଜର ଜିଲ୍ଲା ସ୍ତରୀୟ ସମାବେଶ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଟିକୁଡା ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଡ଼ୁମାଳ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l ହିଙ୍ଗମା ରୁ ମାହେଶ୍ୱରୀକୁ ହିଙ୍ଗମା ରୁ ଠାକୁରାଣୀ କୁ ଟିକୁଡା ମନ୍ଦିର ମାହେଶ୍ୱରୀ ପୀଠ ରୁ ଗତକାଲି ଶୋଭାଯାତ୍ରା ମାଧ୍ୟମରେ ଟିକୁଡା କୁ ଆଣି ପଡିଆର ମଣ୍ଡପରେସ୍ଥାପନା କରି ପୂଜାପାଠ କରାଯାଇଥିଲା । ଯାଲୋଏ , କଳାପଥର , ହିଙ୍ଗମା କେନ୍ଦ୍ରର ଉଦ୍ୟମରେ ଆୟୋଜିତ ବୈଠକରେ ଜିଲ୍ଲାର ବହୁ ଡ଼ୁମାଳ ସମାଜ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ l ପ୍ରଥମ ଦିନ 88 ଟି ମାହେଶ୍ୱରୀ ପୀଠ ପୂଜକ ବେଜି ମାନଂକର ବୈଠକ ଅନୁଷ୍ଠିତ ହୋଇ ଥିଲା । ପୂଜା ବିଧି ଉପରେ ଆଲୋଚନା ହୋଇ ଥିଲା ଓ ବିଭିନ୍ନ ମନ୍ଦିର ର ପୂଜକ ସାମିଲ ହୋଇ ପୂଜାପାଠ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ରାଜ୍ୟ ଉପସଭାପତି ଲୋକନାଥ ମହାର , ଜିଲ୍ଲା ସଭାପତି ଅଶ୍ୱିନୀ ମହାକୁର , ଜିଲ୍ଲା ଉପସଭାପତି ଜାନକୀରାମ ଦେହୁରୀ , ଲକ୍ଷ୍ମଣ ବସ୍ତିଆ ଉପସଭାପତି , ସହ ସମ୍ପାଦକ ହାଡ଼ି ବନ୍ଧୁ , ଆନ୍ତର୍ଜାମୀ କର୍ଣ୍ଣ ମାଉଳି ମାଲ, ତ୍ରିନାଥ ଭୋଇ ଯଉଁରାଭଉଁରା , ଚାରଭଟା ଜୟ କୃଷ୍ଣ ପାତ୍ର , ସମ୍ପାଦକ ଅଶୋକ କର୍ମୀ , ସମ୍ପାଦକ ମାଉଲି ମାଲ କଳ୍ପ ବାରିକ , ବୃନ୍ଦାବନ ପଧାନ ଡାହୁକବୁଡ଼ , ପ୍ରବୀଣ ପଧାନ ସମ୍ପାଦକ , ସମ୍ପାଦକ ପ୍ରବୀଣ ପଧାନ , ବଶିଷ୍ଠ ପରର୍ଡିଆସଭାପତି ହିଙ୍ଗମା , ଭୀମ ବସ୍ତିଆ ସମ୍ପାଦକ , କୃଷ୍ଣ ଚନ୍ଦ୍ର କମ୍ପ ଆଇନ ପରାମର୍ଶ ଦାତା , ରାଧାକାନ୍ତ ମହାକୁର ସମେତ ବହୁ ଡ଼ୁମାଲ କର୍ମକର୍ତ୍ତା ସାମିଲ ହୋଇ ଡ଼ୁମାଲ ଜାତି ବିଭିନ୍ନ କଥା ଆଲୋଚନା ହୋଇଥିଲା I ମାହେଶ୍ୱରୀ ଙ୍କ ପୂଜା ଅଶ୍ୱିନମାସ ରେ ଗୋଟିଏ ରୀତିନୀତି ରେ ପୂଜା କିପରି କରାଯିବ ଆଲୋଚନା ହୋଇଥିଲା l ଡ଼ୁମାଲ ଜାତିର କେହି କର୍ମକର୍ତ୍ତା ହେଉ ସମାଜ କେହି ବି ମଦ ପିଇ କି ଉତ୍ପାତ କରିବ ଉଚିତ ଦଣ୍ଡ ବିଧାନ କରାଯିବ ବୋଲି ଆଲୋଚନା ହୋଇଥିଲା l ଏ ଅବସରରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା ଏବଂ 20 ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ l

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।