ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ସୋମବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ମିଶନଶକ୍ତି ଅଧୀନରେ ଥିବା ଗୋଷ୍ଟି ଅନୁଷ୍ଠାନ କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ରରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶିତ ଥିବା ମିଶନଶକ୍ତି ଅଧିନସ୍ଥ ସମସ୍ତ ଗୋଷ୍ଟି ସମିତି ଯଥା ସମସ୍ତ ସି ଏଲ ଏଫ୍, ସମସ୍ତ ଜି ପି ଏଲ ଏଫ, ସମସ୍ତ ବି ଏଲ ଏଫ୍ ଓ ଡି ଏଲ ଏଫ୍ କୁ ଭାଙ୍ଗି ନୂତନ ଭାବେ ପୁନର୍ଗଠନ ନିର୍ଦ୍ଦେଶ କୁ ବିରୋଧ କରାଯାଇଛି । ବିଭାଗ ଦ୍ଵାରା ଯାରିହୋଇଥିବା ନିର୍ଦ୍ଦେଶକ କୁ ରାଜ୍ୟର କୌଣସି ଜିଲ୍ଲା କାର୍ଯ୍ୟକାରୀ କରିନଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ତରବରିଆ ଭାବେ କାର୍ଯ୍ୟକାରୀ କରିବାକୁ ହୋଇଥିବା ପଦକ୍ଷେପ କୁ ବିରୋଧ କରିଛନ୍ତି । ୨୦୦୧ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବିନା ଦରମାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାମାନଙ୍କୁ ସଶକ୍ତ କରିବା ସହ ମହିଳା ମାନଙ୍କ ଜୀବିକା ନିର୍ବାହ ପାଇଁ ନିଷ୍ଟାର ସହ କାର୍ଯ୍ୟକରୀ ଆସୁଛନ୍ତି । ମିଶନ ଶକ୍ତି ଅଧୀନରେ ଥିବା ଗୋଷ୍ଟି ଅନୁଷ୍ଠାନ କାର୍ଯ୍ୟକାରୀ କମିଟି ର ସଦସ୍ୟା ମାନଙ୍କୁ ସରକାର ସ୍କୁଟି ଋଣ ପ୍ରଦାନ କଲେ । ସେମାନେ ଗୋଷ୍ଟି ଅନୁଷ୍ଠାନ ରେ କାର୍ଯ୍ୟ କରି ସେଥିରୁ ପାଉଥିବା ଆର୍ଥିକ ପ୍ରୋତ୍ସାହନ ରାଶି ଏବଂ ଗସ୍ତ ଖର୍ଚ୍ଚ ରୁ ମିଳୁଥିବା ଅର୍ଥ କୁ ଋଣ ପରିଶୋଧ କରୁଛନ୍ତି । ଏପର୍ଯ୍ୟନ୍ତ ସେମାନେ ସମସ୍ତ ଋଣ ପରିଶୋଧ କରିପାରି ନାହାନ୍ତି । ଏପରି ସ୍ଥଳେ ଯଦି ସରକାର ସେମାନଙ୍କୁ ତାଙ୍କ ପଦବୀରୁ ବାହାର କରିଦିଆଯାଏ ତାହେଲେ ସେମାନେ କିପରି ଋଣ ପରିଶୋଧ କରିପାରିବେ । ଜିଲ୍ଲାରେ ମିଶନଶକ୍ତି ଅଧିନରେଥିବା ସମସ୍ତ ଗୋଷ୍ଟି ସମିତି ଯଥା ସି ଏଲ ଏଫ୍, ଜି ପି ଏଲ ଏଫ୍, ବି ଏଲ ଏଫ୍ ଓ ଡି ଏଲ ଏଫ୍ ର ପୁନର୍ଗଠନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଙ୍କ ପତ୍ର ସଂଖ୍ୟା ୪୦ ତା ୭/୨/୨୫ ଜାରି କରି ସମସ୍ତ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଜାଣିବାପରେ ବିଭିନ୍ନ ଗୋଷ୍ଟି ସମିତି ର କର୍ମକର୍ତ୍ତା ଙ୍କ ମଧ୍ୟରେ ଭାଳେଣୀ ପଡିଥିଲା । କିପରି ସେମାନେ ସରକାରଙ୍କ ଠାରୁ ଆଣିଥିବା ଋଣ ପରିଶୋଧ କରିପାରିବେ, କିପରି ନିଜର ପରିବାର ପରିପୋଷଣ କରିବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏଣୁ ଏହି ଗୋଷ୍ଟି ସମିତି ର ପୁନର୍ଗଠନ ନକରିବାକୁ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସସ୍ମିତା ସାମନ୍ତରା , ମମତା ମଲ୍ଲିକ ଙ୍କ ସହିତ ଜିଲ୍ଲାର ପ୍ରାୟ ୧୫୦ ଜଣ ଗୋଷ୍ଟି ସମିତି ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ମିଶନ ଶକ୍ତି ଅଧୀନ ଗୋଷ୍ଠୀ ଅନୁଷ୍ଠାନ ପୁନର୍ଗଠନ କୁ ବିରୋଧ କରି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ
