Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଡାହାଣୀ ପାଲି ଦଳ ଚାମ୍ପିଅନ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଖେଳ ପଡ଼ିଆରେ ହେଉଥିବା ୨୧ତମ ମା’ ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ସୋମବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ଟି ଡ଼ାହଣୀପାଲି ଓ ଝାରକୁମୁଣ୍ଡା ମଧ୍ୟରେ ହୋଇଥିଲା । ଫାଇନାଲ ମ୍ୟାଚ୍ ଦୁଇଟି ଫର୍ମାଟ ରେ ଖେଳା ଯାଇଥିଲା । ପ୍ରଥମ ଫର୍ମାଟ ରେ ଡାହୁଣୀପାଲି ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୬ ଉଇକେଟ ହରାଇ ୧୬୫ ରନ କରିଥିଲା। ଜବାବରେ ଝାରକୁମୁଣ୍ଡା ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୭ ଉଇକେଟ ହରାଇ ୧୨0 ରନ କରିଥିଲା। ଦ୍ଵିତୀୟ ଫର୍ମାଟ ରେ ଡାହୁଣୀପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୧୦୮ ରନ କରିଥିଲା। ଜବାବରେ ଝାରକୁମୁଣ୍ଡା ଦଳ ନିର୍ଦ୍ଧାରିତ ୮ ଓଭର ରେ ୭ ଉଇକେଟ ହରାଇ ୮୧ ରନ କରିଥିଲା । ଉଭୟ ଫର୍ମାଟ ରେ ବିଜୟୀ ହୋଇ ଡ଼ାହୁଣୀପାଲି ଦଳ ମ୍ୟାଚ୍ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଫାଇନାଲ ମ୍ୟାଚ୍ ପ୍ରାରମ୍ଭରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ ଅତିଥି ଭାବେ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ନାଗରିକ ନାରାୟଣ ଭୋଇ ଓ କ୍ରିଡ଼ାବିତ ସଚିନ୍ଦର ପ୍ରସାଦ ଗୁପ୍ତା ଅତିଥି ଭାବେ ଯୋଗଦେଇ ଥିଲେ। ଡାହୁଣୀପାଲି ର ଅର୍ଜୁନ ପ୍ରଧାନ ଙ୍କୁ ମ୍ୟାନ ଅଫ ଫାଇନାଲ, ଆହଲ୍ଲାଦ ପ୍ରଧାନ ଙ୍କୁ ମ୍ୟାନ ଅଫ ସିରିଜ ଓ ଶ୍ରେଷ୍ଠ ବୋଲର, ଶ୍ରୀନିବାସ ସାହୁ ଙ୍କୁ ଶ୍ରେଷ୍ଠ ସିକ୍ସର ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାମ୍ପିଅନ ଦଳ କୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳ କୁ ନଗଦ ୯ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ଗରୁଡ ସାହୁ ଓ ରାଜା ଛନ୍ଦ ଆମ୍ପାୟାର,କବି ଖମାରୀ ସ୍କୋରର ଏବଂ ପ୍ରଦୀପ ଓ ପିଙ୍କୁ ଖାନ୍ ଧାରାବିବରଣୀ ପ୍ରଦାନ କରିଥିଲେ।