ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ମୁର୍ଷୁଣ୍ଢୀ ସରକାରୀ ରଘୁନାଥ ଉଚ୍ଚବିଦ୍ୟାଳୟ ରେ ଗୋଷ୍ଠୀ ଶିକ୍ଷା ଅଧିକରୀ ଙ୍କ କାର୍ଯ୍ୟାଳୟ ତରଫରୁ ବୀର ସୁରେନ୍ଦ୍ର ସାଏ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଚକ୍ଷୁ ପରୀକ୍ଷା ଶିବିରରେ ଚାରୋଟି କ୍ଲଷ୍ଟର ର ତଥା କର୍ଡ଼lପାଳ , କେନ ଝରିଆପାଲି , ମୁର୍ଷୁଣ୍ଢୀ ଓ ବୁଠିପଦର ରୁ ଚକ୍ଷୁ ପରୀକ୍ଷା ପାଇଁ ସମୁଦାୟ ୧୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଚକ୍ଷୁ ପରୀକ୍ଷା ପାଇଁ ଆସିଥିଲେ I ମହାନଦୀ ନେତ୍ର ଚିକିତ୍ସାଲୟ ବିରାମହରାଜପୁର ରୁ ଚକ୍ଷୁ ଚିକିତ୍ସକ ଆସି ଚକ୍ଷୁପରୀକ୍ଷା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଦିଲୀପ କୁମାର ପଧାନ ଓ ସଂଗୀତା ମହାପାତ୍ର ପରିଚାଳନା କରିଥିବା ବେଳେ କେନଝରିଆପାଳି ସି ଆର ସି ସି ବିନୟ ବିଶ୍ୱାଳ, ମୁର୍ଷୁଣ୍ଢୀ ସି ଆର ସି ସି ପ୍ରମୋଦ ବିଶ୍ୱାଳ, ସୂର୍ଯ୍ୟନାରାୟଣ ସାହୁ(VI ) ନେପାଳ ଭୋଇ ( VI )ପ୍ରମୁଖ ସହଯୋଗ କରିଥିଲେ
ମୂର୍ଶୁଣ୍ଢି ହାଇ ସ୍କୁଲ ରେ ବୀର ସୁରେନ୍ଦ୍ର ସାଏ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ
