ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ଖେଳ ପଡ଼ିଆରେ ମଁl ନାରାୟଣୀ କ୍ରିକେଟ ମଙ୍ଗଳବାର ଦ୍ୱତୀୟ ଦିବସର ପ୍ରତିଯୋଗିତା ହୋଇଯାଇଛି । ପ୍ରଥମ ମ୍ୟାଚରେ ଲୁତୁରପଙ୍କ ଓ ବଙ୍କିଆ ମଧ୍ୟରେ ହୋଇଥିଲା। ଏଥିରେ ଲୁତୁରପଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୨ଉଇକେଟ ହରାଇ ୧୨୨ ରନ କରିଥିଲା । ଜବାବରେ ବଙ୍କିଆ ଦଳ ନିର୍ଦ୍ଧାରିତ ୧୦ ଓଭରେ ୭ଉଇକେଟ ହରାଇ୧୨୨ରନ କରି ଡ୍ର ହୋଇଥିବା ବେଳେ ସୁପରଓଭର ରେ ଖେଳ ହୋଇଥିଲା I ଗୋଟିଏ ଓଭର ମ୍ୟାଚ ବିଶିଷ୍ଟ ବଙ୍କିଆ କୌଣସି ଉଇକେଟ ନହରାଇ ୨୯ କରିଥିବା ବେଳେ ଲୁତୁରପଙ୍କ ଦଳ ୧୦ ରନରେ ପରାସ୍ତ ହୋଇଥିଲା I ଦ୍ଵିତୀୟ ମ୍ୟାଚ୍ ଟି ନୁଆଁ ଗଡ ଓ ଦେଉଳମୁଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ଦେଉଳ ମୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୪ଉଇକେଟ ହରାଇ ୯୮ ରନ କରିଥିଲା। ଜବାବରେ ନୂଆଗଡ ଦଳ ୧୦ଓଭର ରେ ୫ଉଇକେଟ ହରାଇ ୮୫ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ଦଳର ବିଜୟୀ ବଙ୍କିଆ ଓ ଦ୍ୱିତୀ୍ୟ ମ୍ୟାଚ ବିଜୟୀ ଦଳର ବିଜୟୀ ଦେଉଳମୁଣ୍ଡା ମଧ୍ୟରେ ହୋଇଥିଲା। ଏଥିରେ ବଙ୍କିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ଓଭରେ ୩ଉଇକେଟ ହରାଇ ୬୪ରନ କରିଥିଲା । ଜବାବରେ ଦେଉଳମୁଣ୍ଡା ଦଳ ନିର୍ଦ୍ଧାରିତ ୫. ୫ବଳ ରେ ୨ଉଇକେଟ ହରାଇ ୬୭ରନ କରି ବିଜୟୀ ହୋଇଥିଲା l ବଙ୍କିଆ ଦଳକୁ ହରାଇ ଦେଉଳମୁଣ୍ଡା ସେମିଫାଇନାଲ କୁ ପ୍ରବେଶ କରିଛି l ପୁରସ୍କାର ବିତରଣୀ ଉତ୍ସବ ରେ ସ୍ୱେଚ୍ଛାସେଵୀ ଅଗସ୍ତି ପଧାନ ଓ ସୌମିତ୍ରୀ ଗର୍ଡିଆ ଅତିଥି ଭାବରେ ଯୋଗଦେଇ ବଙ୍କିଆ ଦଳ ର ଜିଲୁପଧାନ ଙ୍କୁ ମ୍ୟାନ ଅପ ଦି ମ୍ୟାଚ ରେ ପୁରସ୍କୃତ କରିଥିଲେ l କମିଟି ର ଶିବୁଲ ପଧାନ ଧନମାଳୀ ହୋତା ଓ ରୋଶନ ସାମଲ ଖେଳ ପରିଚାଳନା କରିଥିଲେ। ଉମାଶଙ୍କର ହୋତା, ଗୌରାଙ୍ଗ ସାମଲ, ସୁନୀଲ ପଧାନ, ବିଭୁତି ପଧାନ, ବୁଲୁ ପଧାନ, ରିଳନ ସାମଲ,ପିଣ୍ଟୁପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସ୍କୋରର ରୋହିତ ମାଳି,ଓ ଶିବୁଲ ପଧାନ ଧାରାବିରଣୀ ପ୍ରଦାନ କରିଥିଲେ।
ଘଣ୍ଟପାଲି ଖେଳ ପଡିପାରେ ଆୟୋଜିତ 8 ତମ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଖେଳରେ ଦେଉଳ ମୁଣ୍ଡା ଦଳ ସେମିଫାଇନାଲ ରେ ପ୍ରବେଶ
