କ୍ଷେମାଲୋଏ ପଞ୍ଚାୟତ ରେ ବିକଶିତ ଗାଁ ବିକଶିତ ଓଡିଶା ର ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର କ୍ଷେମାଲୋଏ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ” ବିକଶିତ ଗାଁ ବିକଶିତ ଓଡିଶା” ର ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଯଶୋବନ୍ତ ପଣ୍ଡା ଙ୍କ ସଭାପତିତ୍ବରେ ଏଡିଇଓ ଗୌରାଙ୍ଗ ଚରଣ ସାହୁ , ନାଏକ ସରପଞ୍ଚ ରେବତୀ ବଘାର ଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଖ୍ୟକ ଜନସାଧାରଣ ଙ୍କ ଉପସ୍ଥିତିରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ମାନ୍ୟବର ଓଡିଶା ସରକାରଙ୍କ “ବିକଶିତ ଗାଁ ବିକଶିତ ଓଡିଶା “ଯୋଜନାରେ ଗ୍ରାମ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଆଗାମୀ ପାଞ୍ଚ ବର୍ଷର ବିକାଶ ଖସଡ଼ା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।