ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମାରକେଲି ହାଇସ୍କୁଲ ରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଏକ ବ୍ଲେସିଙ୍ଗ ସେରିମନି ଆୟୋଜିତ ହୋଇଥିଲା । ସ୍କୁଲ ର ପ୍ରଧାନ ଶିକ୍ଷକ ଜୟରାମ ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ମହାବିଦ୍ୟାଳୟ ର ବରିଷ୍ଠ ଓଡ଼ିଆ ଅଧ୍ୟାପକ କ୍ୟାପଟେନ ସୂର୍ଯ୍ୟନାରାୟଣ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ପୂର୍ବକ କଠୋର ଅଧ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ସ୍କୁଲ ର ବିଜ୍ଞାନ ଶିକ୍ଷକ ବାଚସ୍ପତି ପଣ୍ଡା ଅତିଥିମାନଙ୍କ ପରିଚୟ ସହ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀତ୍ରିପାଠୀ ଦଶମ ବୋର୍ଡ ପରୀକ୍ଷା ର ନିୟମ କାନୁନ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଆଉଥରେ ସଚେତନ କରାଇଥିଲେ । ସମ୍ମାନିତ ଅତିଥି ରୂପେ ସ୍କୁଲ ପରିଚାଳନା କମିଟି ର ପୂର୍ବତନ ସଭାପତି ମୂରଲୀଧର ପ୍ରଧାନ ଓ ସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନରୁଚି ଭୋଇ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସ୍କୁଲ ର ଶିକ୍ଷକ ରଞ୍ଜନ ପଧାନ , ଇନ୍ଦ୍ରମଣି ପଧାନ , ଶିକ୍ଷୟିତ୍ରୀ ପୁଷ୍ପା କୁଲୁ ମଞ୍ଚାସୀନ ଥିଲେ । ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭା ଶେଷରେ ହିନ୍ଦୀ ଶିକ୍ଷକ ଜୟକିଶନ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
କୁମାରକେଲି ହାଇ ସ୍କୁଲ ରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବ୍ଲେସିଂ ସେରିମନି ଆୟୋଜିତ
