ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଭାଲୁଡୁଙ୍ଗୁରୀ ଗ୍ରାମର ଶୃଙ୍ଗଦର୍ହ ରେ ହେବ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଶୁକ୍ରବାର ଦିନ ପୂର୍ବାହ୍ନ ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୃଙ୍ଗଦର୍ହ ସ୍ଥିତ ରାଧା ବହ୍ଲଭ ମଠ ର ମଠାଧିସ ସନତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଭବ୍ୟ କଳସ ଶୋଭାଯାତ୍ରା ରେ ଅଞ୍ଚଳର ଶତାଧିକ ମହିଳା ସାମିଲ ହୋଇ କଳସ ବୋହି ଥିଲେ । ନିକଟସ୍ଥ ଜଳାଶୟ ରେ ଗଙ୍ଗା ମାତା ଆବାହନ ପରେ ପୂଜାର୍ଚ୍ଚନା କରାଯାଇ ଜଳ ପୂର୍ଣ୍ଣ କଳସ କୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ପ୍ରଥମେ ମଣ୍ଡପ, ଯଜ୍ଞ ମଣ୍ଡପ , ହୋମ ମଣ୍ଡପ ଓ ସୁନ୍ଦରାକାଣ୍ଡ ମଣ୍ଡପ ରେ ସ୍ଥାପନ କରିଥିଲେ । ଏଥିର ପୂଜକ ଭାବେ ଘନଶ୍ୟାମ ପଣ୍ଡା ଓ ସୁଦାମ ପଣ୍ଡା ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସର ରେ ଶୁକ୍ରବାର ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିଲା । ଏଥିରେ ବୀରମହାରାଜପୁର ବ୍ଲକ ବଡ଼ବର୍ଡାକଟା ଗ୍ରାମର ଅଟଳ ମିଶ୍ର ବ୍ୟାସ ଭାବେ ଯୋଗଦେଇ ସୁନ୍ଦରା କାଣ୍ଡ ପାଠ କରିଥିଲେ ।ପାରାୟଣ ମଣ୍ଡପ ସହିତ ନାମ ମଣ୍ଡପ ଓ ଅନ୍ୟ ସବୁ ମଣ୍ଡପ ରେ କର୍ତ୍ତା ଭାବେ ଗଜାନନ ସାହୁ ଓ ଉଦିଆଁ ସାହୁ , ପଙ୍କଜ ଧଳ ଓ ପ୍ରମୋଦିନି ଧଳ, ଚୈତନ୍ୟ ସାହୁ ଓ କୁମାରୀ ସାହୁ ଏବଂ ଷଡ଼ାନନ ସାହୁ ସାପତ୍ନିକ ଏବଂ ପ୍ରଦୀପ କୁମାର ଖେତି ସପତ୍ନିକ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ସୁନ୍ଦରାକାଣ୍ଡ ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଶନିବାର ସକାଳୁ ଚବିଶ ପ୍ରହରୀ ନାମଯଜ୍ଞ ର ଅଧିବାସ ହେବ । ଏହା ସହିତ ସୋମବାର ଦିନ ଭାଲୁଡୁଙ୍ଗୁରୀ ଶୃଙ୍ଗଦର୍ହ ରେ ନବ ନିର୍ମିତ ରାଧା ବହ୍ଲବ ମଠ ର ପ୍ରତିଷ୍ଠା ହେବ ବୋଲି ମଠାଧିସ ସନତ କୁମାର ଦାସ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ଏହାର ପୂର୍ଣ୍ଣାହୁତି ହେବ। ପ୍ରତ୍ୟହ ସମସ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଛି l
ଭାଲୁଡୁଙ୍ଗୁରୀ ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଚବିଶ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା
