Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସୁସ୍ଥ ଓଟ କୁ ଛାଡିଯିବା ଘଟଣା : ପରିସ୍ଥିତିରେ ସୁଧାର

ବାଲିଗୁଡା ,୧୫/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତ ସଲାଗୁଡ଼ା ଗ୍ରାମରେ ପ୍ରାୟ ଏକମାସ ଧରି ଅସୁସ୍ଥ ଥିବା ଓଟ କୁ ତାର ମାଲିକ ରାସ୍ତା କଡ ଚାଷ ଜମିରେ ଛାଡି ଚାଲି ଯାଇଥିଲା। ଗାଁ ଲୋକଙ୍କ ସହାୟତାରେ ଓଟ ଟି ବଞ୍ଚିଥିବା ଖବର ଉପଜିଲ୍ଲାପାଳ ଡଃ.ରୀନା ପ୍ରଧାନ ପାଇବା ପରେ ପରେ ଅସୁସ୍ଥ ଛୋଟା ଓଟ ଟିକୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳକୁ ଏକ ଜେସିପି ଓ ମିନି ଟ୍ରକ ପଠାଇବା ସହ ବନ ବିଭାଗ କର୍ମଚାରୀ, ପ୍ରାଣୀ ଚିକିତ୍ସା କର୍ମଚାରୀ , ଅଗ୍ନି ଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ଅସୁସ୍ଥ ଓଟ ଟିକୁ ଉଦ୍ଧାର କରି ବାଲିଗୁଡ଼ା ପ୍ରାଣୀ ଚିକିତ୍ସାଳୟ କୁ ଆଣି ଚିକିତ୍ସା କରାଇଥିଲେ l ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଲମ୍ବୋଦର ମହାପାତ୍ର, ଡା.ଇପ୍ସିତା ମଲ୍ଲିକ, ଡା. ପ୍ରିୟଙ୍କା କର, ସୁଶାନ୍ତ ନାୟକ, ଗୌତମ ଦିଗାଲ, ଦିବ୍ୟ ସିଂ ଦିଗାଲ ନିଜେ ଉପସ୍ଥିତ ରହି ଗୋଡ଼ର ଆଣ୍ଠୁ ପାଖରେ ନିୟମିତ ଚିକିତ୍ସା କରୁଥିବାରୁ ଓଟ ଟିର ପରିସ୍ଥିତିରେ ସୁଧାର ଆସିପାରିଛି, ଯାହାକି, ବର୍ତ୍ତମାନ ସାମାନ୍ୟ ଚଲାବୁଲା କରିପାରୁଛି l କିନ୍ତୁ ଓଟ ଟିର ଅଧିକ ଚିକିତ୍ସା ପାଇଁ ଉପଖଣ୍ଡ ପ୍ରଶାସନ ତରଫରୁ ଭୁବନେଶ୍ୱର ସ୍ଥିତ ଓୟୁଏଟି ପ୍ରାଣୀ ବିଭାଗ କୁ ନେଇ ଗୋଡ଼ କୁ ଅପରେସନ କରି ନୂତନ ପଦ୍ଧତିରେ ଚିକିତ୍ସା କରାଯାଇ ପାରିଲେ ପୂର୍ବଭଳି ଚଲା ବୁଲା କରି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ପ୍ରକାଶ ଯେ, ବାଲିଗୁଡା ବ୍ଲକ ଋତୁଙ୍ଗୀଆ ପଞ୍ଚାୟତ ସଲାଗୁଡ଼ା ଗ୍ରାମ ନିକଟରେ ରାଜସ୍ଥାନ ଅଞ୍ଚଳରୁ କେତେକ ବ୍ୟକ୍ତି ଓଟ ଧରି ଆସି ଗ୍ରାମ ପରିକ୍ରମା କରି ଖାଦ୍ୟ ପେୟ ସଂଗ୍ରହ କରି ଫେରିଥାନ୍ତି l କିନ୍ତୁ ସେଥି ମଧ୍ୟରୁ ଗୋଟିଏ ଓଟ ର କେଉଁ କାରଣ ବଶତଃ ଗୋଟେ ଗୋଡ଼ ଭାଙ୍ଗି ପଡ଼ିବାରୁ ଓଟଟି ଆଉ ଚାଲିପାରି ନ ଥିଲା l ସ୍ବାର୍ଥପର ଓଟ ମାଲିକ ଓଟ ଟିର ଗୋଡ଼ ଠିକ କରିବା ବଦଳରେ ଓଟ ଟିକୁ ସେଠାରେ ଛାଡ଼ି ଚମ୍ପଟ ମାରିଥିଲା I ପ୍ରାଣ ବିକଳରେ ଭୋକରେ ଆଉଟୁ ପାଉଟୁ ହୋଇ ଓଟ ଟି ଚିତ୍କାର କରିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଓଟକୁ ଖାଇବାକୁ ଦେବା ସହ ପ୍ରବଳ ଥଣ୍ଡା ଯୋଗୁଁ ଏକ ଜରି ପାଲ ଢାଙ୍କି ରଖିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ