ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସକୁ ମିଲିଛି ବଡ ସଫଳତା । ଉଦ୍ଧାର ହେଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଧାତୁରେ ନିର୍ମିତ ମୂର୍ତ୍ତି । ଏଥିସହିତ ୪ ଟି ବାଇକ, ୬ ଟି ଟ୍ୟାବ, ୯ ଟି ଏଟିଏମ ଓ ଗୋଟିଏ ସ୍ମାର୍ଟ ବୋର୍ଡ ଉଧାର କରିଥିବାବେଳେ ୪ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ପୋଲିସ । କିଛି ଦିନ ତଳେ ବୀରମହାରାଜପୁର ଥାନା ଅନ୍ତର୍ଗତ ସୁନାପାଳି ନିକଟରେ ହୋଇଥିବା ଲୁଟ ଘଟଣାର ତଦନ୍ତ କରି ଏହି ସବୁ ସାମଗ୍ରୀ ଉଧାର କରିବା ସହିତ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଏହି ୬ ଜଣିଆ ଡକାୟତ ଗ୍ୟାଙ୍ଗ ରାହାଜାନି ସହ ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା କହିଛି ପୋଲିସ । ଏନେଇ ବୀରମହରାଜପୁର ଥାନା ପରିସରରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା 30ରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଏସପି ରାମ ପ୍ରସାଦ ସାହୁ ।
ବୀରମହାରାଜପୁର ପୋଲିସ 4ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି ଉଦ୍ଧାର କରିଛି ଲକ୍ଷାଧିକ ଟଙ୍କାର ବିଭିନ୍ନ ଧାତୁରେ ନିର୍ମିତ ମୂର୍ତ୍ତି
