ବାଲିଗୁଡା, ତା, ୧୬/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟ ରାତ୍ର ପରେ ପରେ ବାଲିଗୁଡା ଟାଉନ ର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋର ର କୌଣସି ଦୁର୍ବୁତ୍ତ ତାଲା ଭାଙ୍ଗି ଦୋକାନରେ ପଶି ନଗଦ ୭/୮ ହଜାର ଟଙ୍କା ଓ କିଛି ଖୁଚୁରା ପଇସା ଚୋରୀ କରି ନେଇଥିବା ବେଳେ ନୁଆସାହି କଳ୍ପନା ଛକ ନିକଟରେ ଥିବା ବିଶ୍ଵମ୍ବର ପାତ୍ର ଙ୍କ ହୋଟେଲ ରୁ କିଛି ପଇସା ପତ୍ର ଓ ଜିନିଷ ପତ୍ର ଏବଂ ଅମିତ ଇଲେକ୍ଟ୍ରିକାଲ ଦୋକାନର କାଠ ପଟା ଭାଙ୍ଗି କିଛି ଇଲେକ୍ଟ୍ରି ଜିନିଷ ଚୋରୀ କରି ନେଇଥିବା ଜଣାପଡିଛି l ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ତଦନ୍ତ ଜାରୀ ରଖିଛି l ଖୋଦ ବାଲିଗୁଡା ଟାଉନ ରେ ଦିନ ହେଉ କିମ୍ବା ରାତି ହେଉ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରୁନଥିବାରୁ ଚୋରୀ, ରାହାଜାନି ସହ ଛୋଟ ବଡ଼ ଦୁର୍ଘଟଣା ମାନ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l
ବାଲିଗୁଡା : ଗୋଟିଏ ରାତ୍ର ରେ ତିନୋଟି ସ୍ଥାନରୁ ସିରିଜ ଚୋରୀ
