ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କାନପୁର କ୍ରିକେଟ କ୍ଲବର ଅନୁକୂଲ୍ୟରେ ଶନିବାର ଦିନ ଏମଏନସିସି ଚାମ୍ପିଅନ ଟ୍ରଫି କ୍ରିକେଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଉଫୁଲା ସରପଞ୍ଚ ପ୍ରତିନିଧି ମୀନକେତନ ମହାକୁର ମୁଖ୍ୟ ଅତିଥି ଏବଂ ବହଳପଦର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ୍ ଟି କଳାପଥର ଓ ଚନ୍ଦଲି ମଧ୍ୟରେ ହୋଇଥିଲା । ଏଥିରେ କଳାପଥର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୬ ଉଇକେଟ ହରାଇ ୭୫ ରନ କରିଥିଲା। ଜବାବରେ ଚନ୍ଦଲି ୪ ଓଭର ରେ ୨ ଉଇକେଟ ହରାଇ ଆବଶ୍ୟକୀୟ ୭୬ ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍ ଟି ନୂଆଗଡ ଓ ହିଙ୍ଗମା ମଧ୍ୟରେ ହୋଇଥିଲା। ଏଥିରେ ନୂଆଗଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୯ ଉଇକେଟ ହରାଇ ୭୧ ରନ କରିଥିଲା । ଜବାବରେ ହିଙ୍ଗମା ଦଳ ଆବଶ୍ୟକୀୟ ୭୨ ରନ କୁ ୬.୨ ଓଭର ରେ ୪ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଚନ୍ଦଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ହିଙ୍ଗମା ମଧ୍ୟରେ ହୋଇଥିଲା। ଏଥିରେ ଚନ୍ଦଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୯୧ ରନ କରିଥିବା ବେଳେ ହିଙ୍ଗମା ଦଳ ନିର୍ଦ୍ଧାରିତ ୮ ଓଭର ରେ ୪ ଉଇକେଟ ହରାଇ ୭୫ ରନ କରି ପରାସ୍ତ ହୋଇଥିଲା। ଫଳରେ ଚନ୍ଦଲି ଦଳ ବିଜୟୀ ହୋଇ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଗୁଡିକରେ ଅଭିମନ୍ୟୁ ଖମାରୀ ଓ ବାସୁଦେବ ଖମାରୀ ଆମ୍ପାୟାର,ଉତ୍ତମ ଖମାରୀ ସ୍କୋରିଙ୍ଗ ଏବଂ କବିରାଜ ଖମାରୀ ଧାରାବିବରଣୀ ପ୍ରଦାନ କରିଥିଲେ।
କାନପୁର କ୍ରିକେଟ କ୍ଲବ ପକ୍ଷରୁ ଏମ୍ ଏନ୍ ସି ସି ଚାମ୍ପିଆନ୍ ଟ୍ରଫି ଉଦଘାଟିତ
