ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବଦଳି ନେଇ ଅବିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଶିକ୍ଷକ ବଦଳି ବାତିଲ ଓ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ , ଅଭିଭାବକ ମାନେ ବିଦ୍ୟାଳୟ ବାହାରେ ଧାରଣାରେ ବସିଥିଲେ । ବିଦ୍ୟାଳୟ ଖୋଲା ହୋଇଥିଲେ ମଧ୍ୟ ବାହାରେ ଛାତ୍ର ଛାତ୍ରୀ ଧାରଣାରେ ବସି ଆନ୍ଦୋଳନ କରୁଥିବା ଦେଖାଦେଇଛି । ସୂଚନା ଥାଉକି ଉକ୍ତ ବିଦ୍ୟାଳୟର ଶିକ୍ଷକ ଗିରିଜା ଶଙ୍କର ପଣ୍ଡା ଡେପୁଟେତସନ୍ ଆସି ପ୍ରାୟ ଦୁଇ ବର୍ଷ ହେବ ଶିକ୍ଷକ ଭାବେ କର୍ଯ୍ୟକରୁଥିଲେ । ହଠାତ୍ ଫେବୃଆରୀ ୭ ତାରିଖରେ ବି ଇ ଓ ଶ୍ରୀ ପଣ୍ଡାଙ୍କ ଡେପୁଟେଶନ ବାତିଲ କରି ତାଙ୍କ ପୂର୍ବ ବିଦ୍ୟାଳୟ ବରଘାଟ ବିଦ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଜାଣିବାପରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭାଳେଣୀ ପଡିଗଲା । ବିଦ୍ୟାଳୟରେ ବର୍ତ୍ତମାନ ଆଠ ଟି ଶ୍ରେଣୀ କୁ ୧୨୮ ଛାତ୍ରଛାତ୍ରୀ ଥିବାବେଳେ ଦୁଇ ଜଣ ନିୟମିତ ଶିକ୍ଷକଙ୍କ ସହ ଅଛନ୍ତି ମାତ୍ର ୫ ଜଣ ଶିକ୍ଷକ । ସେହି ୫ ଜଣଙ୍କ ମଧ୍ୟରୁ ପୁଣି ଜଣେ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଡେପୁଟେସନ ବାତିଲ କରିବାରୁ ବିଦ୍ୟାଳୟରେ ମାତ୍ର ୪ ଜଣ ଶିକ୍ଷକ ରହିବେ । ଫଳରେ ଶିକ୍ଷାଦାନ ରେ ବାଧାପ୍ରାପ୍ତ ହେବା ଆଶଙ୍କା କରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ । ତଥ୍ୟ ଅନୁଯାୟୀ ଗତ ଫେବୃୟାରି ୪ ତାରିଖରେ ସରକାରୀ ନିର୍ଦେଶ ଅନୁସାରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଙ୍କ ବଦଳି ଭଦ୍ରକ ଜିଲ୍ଲାର ଦଖାଉଚ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକଭାବେ ହୋଇଛି। ଏ ବି ଡି ଓ ବାରଣା ଦୁଙ୍ଗ ଡଙ୍ଗ କୁ ଦାୟିତ୍ଵ ଦେଇ ରିଲିଭ ହେବାକୁ ଫେବୃୟାରୀ ୭ ତାରିଖରେ ଡି ଇ ଓ , ବି ଇ ଓ କୁମ୍ଭକାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ଏପର୍ଯ୍ୟନ୍ତ ରିଲିଭ ନହୋଇ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏପଟେ ଶନିବାର ଦିନ ଛାତ୍ର ଛାତ୍ରୀ ଆନ୍ଦୋଳନ କରୁଥିବା ବେଳେ ବି ଇ ଓ ଆଉଏକ ଆଦେଶ କରି ଶ୍ରୀ ପଣ୍ଡା ଙ୍କୁ ରିଲିଭ୍ କରି ବରଘାଟ ବିଦ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବି ଆଇ ଓ କୁମ୍ଭକାର ଙ୍କୁ ପଚାରିବାରୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଶ୍ରୀ ପଣ୍ଡା ବରଘାଟ ବିଦ୍ୟାଳୟ ର ସ୍ଥାୟୀ ଶିକ୍ଷକ । ତାଙ୍କୁ ଡେପୁଟେଶନରେ ଅଡାଲ ବିଦ୍ୟାଳୟକୁ ଦିଆଯାଇଥିଲା । ବରଘାଟ ବିଦ୍ୟାଳୟର ଜଣେ ଶିକ୍ଷକ ସସପେଣ୍ଡ ହୋଇଯିବାରୁ ଶ୍ରୀ ପଣ୍ଡାକୁ ଡେପୁଟେଶନ ବାତିଲ କରି ତାଙ୍କ ପୂର୍ବ ବିଦ୍ୟାଳୟ ରେ ଅପସ୍ଥାପିତ କରାଯାଇଛି । ଅଡାଲ ଲୋକଙ୍କ ସହିତ ଫୋନ୍ ମାଧ୍ୟମରେ ଆଲୋଚନା ହୋଇଛି ତାଙ୍କ ବିଦ୍ୟାଳୟରେ ଆଉଜଣେ ଶିକ୍ଷକ ଙ୍କୁ ଦିଆଯିବ । ଅପର ପକ୍ଷରେ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଓ ଶ୍ରୀ ପଣ୍ଡାଙ୍କୁ ନ ଫେରାଇଲେ ଆଗକୁ ଆହୁରି ଅଧିକ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ କହିଛନ୍ତି।
ଅଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଦଳି ପ୍ରତିବାଦରେ ଧାରଣାରେ ବସିଲେ ଅବିଭାବକ ଓ ଛାତ୍ରଛାତ୍ରୀ
![](https://odisha.news/wp-content/uploads/2025/02/image_cropper_1739699240718.jpg)