ଟ୍ରାନ୍ସଫର୍ମରରେ ଚଢ଼ି ବିଦ୍ୟୁତ ଆଘାତରେ ଜୀବନ ହାରିଲା ଭାଲୁ


ନୀଳଗିରି: ଖାଦ୍ୟ ଖୋଜୁ ଖୋଜୁ ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ଭାଲୁ । ଆଉ ବିଦ୍ୟୁତ ଆଘାତରେ ଚାଲିଗଲା ଭାଲୁର ଜୀବନ । ଏମିତି ଘଟଣା ଘଟିଛି ନୀଳଗିରି ବନାଞ୍ଚଳ ମିତ୍ରପୁର ବିଟ୍ ତଇଲା ସାହିରେ । ଖବର ପାଇ ବିଦ୍ୟୁତ ବିଭାଗ ଆସି ଭାଲୁଟିକୁ ଟ୍ରାନ୍ସଫର୍ମରରୁ କାଢି ବନ ବିଭାଗକୁ ହସ୍ତାନ୍ତର କରିଛି ।

ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡ ପାଦଦେଶରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ତଇଲା ସାହିରେ ପଶିଥିଲା । ଗାଁର ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଭାଲୁଟି ଚଢିଥିବା ବେଳେ ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ବିଦ୍ୟୁତ ଆଘାତରେ ଭାଲୁଟିର ମୃତ୍ୟୁ ଘଟିଥିଲା ।