ହୀରାକୁଦ ଡ୍ୟାମର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ


ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜଳ ସମ୍ପଦ ବିଭାଗର ମୁହାଣ ଖନନ ପାଇଁ ୩୮୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ହୀରାକୁଦ ଡ୍ୟାମର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ । ଅନ୍ୟାନ ଡ୍ୟାମର ଉନ୍ନତି ପାଇଁ ୫୭ କୋଟି ଟଙ୍କା ଖର୍ଚ୍ଚ ହେବ । ନଳକୂପଗୁଡ଼ିକ ପାଇଁ ବଜେଟରେ ୧୧୫୦ କୋଟି ବ୍ୟୟବରାଦ କରାଯାଇଛି ।
୩୧୩ ଚେକ ଡ୍ୟାମରେ ଏଥର ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧୯୩ କିମି ଲୁଣି ବନ୍ଧ ଯୋଜନା ପାଇଁ ୭୫୭ କୋଟିର ବ୍ୟବସ୍ଥା ହୋଇଛି ।

ସେହିପରି କୃଷି ପାଇଁ ଏଥର ବଜେଟରେ ୩୭, ୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ । ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି । ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମିଲେଟ ଶ୍ରୀଅନ୍ନ ଯୋଜନାକୁ ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି । ମିଲେଟ ପାଇଁ ଏମଏସପି ୪୨୯୦ ଟଙ୍କା ବାଦ ଅଧିକ ୨୦୦ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟେଗ ପାଇଁ ୨୯୩ କୋଟି ଟଙ୍କା ରଖାଯାଇଛି । ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ ହୋଇଛି । ୨୦୨୫-୨୬ରେ ୨ ଲକ୍ଷ ୭୫ ହେକ୍ଟର ଜମି ଜଳସେଚିତ କରିବୁ ।ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମତ୍ସ୍ୟ ଓ ପଶୁ ପାଳନ ପାଇଁ ଚଳିତ ବଜେଟରେ ୧୯୦୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।