ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତ ସଭାଗୃହରେ ସୋମବାର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ହାଁସଦା ଓ ଅତିରିକ୍ତ ତହସିଲଦାର ଅଜିତ ମିର୍ଦ୍ଧା ଯୋଗଦେଇ ଗୋଟିଏ ସାମୁହିକ ଓ ୧୧ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ କୃଷି ଓଭରସିଅର ଜୟନ୍ତୀ ଦେହୁରୀ , ଶିକ୍ଷା ବିଭାଗ ପକ୍ଷରୁ ସିଆରସିସି ଦିଗମ୍ବର ଶତପଥୀ , ମନରେଗା ଏପିଓ ଅମୃତାଂଶୁ ପାତ୍ର, ଓଡ଼ିଶା ଜୀବିକା ମିଶନର କର୍ମଚାରୀ ରମାକାନ୍ତ ହରିପାଲ , ଏଡିଇଓ ପଦ୍ମାବତୀ ମାଝୀ , କୃଷି ବିଭାଗ ଏଟିଏମ ମୀନକେତନ ମହାକୁର ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ଉପସ୍ଥିତ ଥିଲେ। ପିଇଓ ଗୌରଚନ୍ଦ୍ର ସାହୁ ଓ ସାଧାରଣ ଅଭିଯୋଗ ଦାୟିତ୍ୱରେ ଥିବା ସୀମା ପଣ୍ଡା ଶିବିର ପରିଚାଳନା କରିଥିଲେ । ଏଥିରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ ଓ ଏମବିକେ ପଦ୍ମାଳୟା ନନ୍ଦ ସହଯୋଗ କରିଥିଲେ।
ଉଫୁଳା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
