Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇର ୮ଜଣିଆ ଟିମ୍

ଆଜି ସକାଳେ ସିବିଆଇର ୮ଜଣିଆ ଟିମ୍ ତାଙ୍କର ସରକାରୀ କ୍ବାର୍ଟରରେ ପହଞ୍ଚଥିଲେ। ହେଲେ ବିଷ୍ଣୁପଦ ସେଠୀ ସେମାନଙ୍କୁ ଘରେ ପୁରାଇ ନଦେଇ, ବରଂ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ।

ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ଚଢ଼ାଉ କରିବାକୁ ସିବିଆଇର ୮ଜଣିଆ ଟିମ୍ ପହଞ୍ଚିଥିବା ଜଣାଯାଇଛି। ତଦନ୍ତରେ ସିବିଆଇର ୮ଜଣିଆ ଟିମକୁ ସହଯୋଗ କରୁନଥିବା କୁହାଯାଉଛି। ସିବିଆଇ ସମନ କରିବା ପରେ ବି ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ହାଜର ହୋଇନଥିଲେ। ଉଲ୍ଲେଖଯୋଗ୍ୟ, ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ ଲାଞ୍ଚ ଅଭିଯୋଗ ମାମଲାରେ ସିବିଆଇ ସମନ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ରାଜ୍ୟ ସରକାର ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଦାୟିତ୍ବରେ ଥିବା ତିନି ବିଭାଗ ଦାୟିତ୍ବରୁ ତାଙ୍କୁ ହଟାଇ ଦିଆଯାଇଥିଲା। ଏଥିସହିତ ସେ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ଅବସ୍ଥାପିତ ହୋଇଥିଲେ। ସାଧାରଣତଃ ଏହି ପଦବି ଏକ ଦଣ୍ଡନୀୟ ପଦବି ଭାବେ ବିବେଚନା କରାଯାଏ। 
ସୂଚନାଯୋଗ୍ୟ ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଜିଏମ୍ଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ତନାଘନା ଜାରି ରହିଛି।