Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

 IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ।  ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । CBI ରେଡକୁ ବିରୋଧ କରି ସେ ଏହି ଇସ୍ତଫା ଦେଇଥିବା ଜଣା ପଡ଼ିଛି । ତେବେ କହି ରଖୁଛୁ କି, ୧୯୯୫ ବ୍ୟାଚର IAS ଅଫିସର ବିଷ୍ଣୁପଦ । ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲାକୁ ନେଇ ତାଙ୍କ ଘରେ ପୂର୍ବରୁ ରେଡ୍ କରାଯାଇଥିଲା । ଆଉ ଆଜି ପୁଣିଥରେ ସକାଳୁ ସିବିଆଇର ଏକ ଟିମ୍ ରେଡ୍ କରିଛି ।

ସକାଳୁ  ୮ ଜଣିଆ ସିବିଆଇ ଟିମ୍ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଲାସୀ କରିଛି। ସୂଚନା ଅନୁସାରେ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି। ଏହି ସମୟରେ ସିବିଆଇ ଅଧିକାରୀଙ୍କ ସହିତ ବିଷ୍ଣୁପଦ ସେଠୀଙ୍କ ଯୁକ୍ତିତର୍କ ହୋଇଥିବାର ଦେଖା ଯାଇଥିଲା। ବିଷ୍ଣୁପଦ କହିଛନ୍ତି, ଏତଲା ନ ଥାଇ ବିନା କାରଣରେ ରେଡ କରାଯାଉଛି। ୩୦ ବର୍ଷ ହେଲା ସ୍ଵଚ୍ଛତାର ସହ କାମ କରୁଛି । ମତେ ହାରାସ୍ କରାଯାଉଛି । ପ୍ରୋଟୋକଲରେ ସିବିଆଇ ଆସିନାହିଁ । ଟିମରେ ଲେଡି ଅଫିସର ନାହାଁନ୍ତି ।