Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସୁରକ୍ଷିତ ଅସମ୍ପୂର୍ଣ୍ଣ ଯାତ୍ରୀ ବିଶ୍ରାମଗାର ଯୋଗୁଁ ଯାତ୍ରୀ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ‌ ଅନ୍ତର୍ଗତ ଖଣ୍ଡହତା ଛକ ଓ ଅଡାଲ ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛି । ଫଳରେ ଏଠାରେ ଅପେକ୍ଷା କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଯାତ୍ରୀ ମାନେ ତାଙ୍କର ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେଲେ ଏହି ଛକ ନିକଟରେ ବିଭିନ୍ନ ଯାନବାହାନକୁ ଖରା, ବର୍ଷା ଓ ଶୀତ କାକରରେ ଅପେକ୍ଷା କରିଥାନ୍ତି ।‌ ବିଶ୍ରାମଗାର ନ ଥିବାରୁ ବିଭିନ୍ନ ସମୟରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏହି ଛକ ଠାରେ ସର୍ବଦା ଜନଗହଳି ପୂର୍ଣ୍ଣ ରହିଥାଏ । ଜନସାଧାରଣଙ୍କ ସୁବିଧା ‌ଦୃଷ୍ଟିରୁ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ଉକ୍ତ ପ୍ରକଳ୍ପ ଅନ୍ତର୍ଭୁକ୍ତ କରି ୫,୯୫ ୦୦୦ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ସୂଚନା ଫଲକରେ ଉଲ୍ଲେଖ ରହିଛି । ହେଲେ ବହୁଦିନ ବିତିଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ଯାହା ଫଳରେ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ଅବହେଳା ଯୋଗୁଁ ତାହା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ବିହିତ ପଦକ୍ଷେପ ନେବାପାଇଁ ଜନସାଧାରଣ ଦାବି ହୁଏ ।