Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

#KIITUniversity ପାଇଁ ବଦନାମ ହେଲା ଭାରତ: ନେପାଳ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ କାଠଗଡ଼ାରେ କିଟ୍

ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଚପାଇ ଦେବାକୁ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ ବିଶ୍ବବିଦ୍ୟାଳୟର ବ୍ୟବହାର ଲଂଘିଯାଇଛି ସବୁ ସୀମା। କିଟ୍ ପାଇଁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି ଭାରତ। ଘଟଣା ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିବାବେଳେ କିଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି।

ଯେଉଁ ପଡ଼ୋଶୀ ଦେଶ ସହ ଆମ ଦେଶର ରହିଛି ହଜାର ହଜାର ବର୍ଷର ସାଂସ୍କୃତିକ ସମ୍ପର୍କ ତାକୁ ପାଣିରେ ପକାଇଦେଲା କିଟ୍ ବିଶ୍ବବିଦ୍ୟାଳୟ । ଘଟଣା ବଢ଼ିବା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କଲେ ନେପାଳ ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଚିନ୍ତାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ। ଭାରତକୁ ବଦନାମ କଲା କିଟ୍ ବିଶ୍ବବିଦ୍ୟାଳୟ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅପମାନ ନେଇ କ୍ଷୁବ୍ଧ ହୋଇଛନ୍ତି ଭାରତ ସରକାର । କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ରାଜ୍ୟ ସରକାରଙ୍କ ଉପରେ ବଢ଼ିଛି ଚାପ । କୁହାଯାଉଛି ଅଚ୍ୟୁତଙ୍କ ବିରୋଧରେ ହୋଇପାରେ ବଡ଼ ଆକ୍ସନ।

ମାମଲା ବଢ଼ିବା ପରେ ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି । ଉପର ଠାଉରିଆ ଭାବେ ୨ ଜଣ ହଷ୍ଟେଲ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । କିନ୍ତୁ ବଢ଼ିବାରେ ଲାଗିଛି କିଟର ଅଡୁଆ । ନେପାଳ ସଂସଦରେ ଉଠିଛି ଏହି ପ୍ରସଙ୍ଗ। ଏପଟେ ଛାତ୍ରଛାତ୍ରୀମାନେ ଆଜି ବି ବିଶ୍ବବିଦ୍ୟାଳୟରେ ଧାରଣା ଦେଇଛନ୍ତି । ମାନବାଧିକାର କମିଶନରେ ମାମଲା ରୁଜୁ କରିଛନ୍ତି ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ ଦାଶ। ଡିସିପିଙ୍କୁ ଭେଟି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବିରେ ଦାବି ପତ୍ର ଦେଇଛନ୍ତି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ ସଦସ୍ୟ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା। କିଟ୍ କ୍ୟାମ୍ପସରେ ତାଲା ପକାଇବାକୁ ଧମକ ଦେଇଛି ।