ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ, ଏକ ଘରୋଇ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି । ଓଡିଆ ସିନେମା ର ଯୁବ ପ୍ରଯୋଜକ, ଅଭିନେତା, ଗାୟକ ସୋହମ ସିଂ ଙ୍କର ହୃଦଘାତ ହୋଇଥିବା ବେଳେ ସେ ଏବେ ମନିପାଲ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି l ତାଙ୍କ ସିନେମା ଅଜାତଶତ୍ରୁ, ଆଇ ଲଭ ୟୁ ପ୍ରିୟା ଏବଂ ରାଉଡି ରାଜା ଖୁବ ଲୋକପ୍ରିୟତା ପାଇଥିଲା l ଆଗକୁ ଏକ ବଡ଼ ବଜେଟର ଆକ୍ସନ ସିନେମା ଆସୁଛି ଯାହାର ନାଁ ରଖିଛନ୍ତି ଆଲ୍ଲୀ ବଜରଙ୍ଗୱାଲି l ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ଚେହେରା l ତାଙ୍କ ପ୍ରଯୋଜନାରେ ଅନେକ କଳାକାର, ଟେକ୍ନିସିଆନ କାମ କରି ନିଜ ପରିବାର ପୋଷଣ କରନ୍ତି l ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଇଣ୍ଡଷ୍ଟ୍ରିରେ ପାଦ ରଖନ୍ତୁ ଏଥି ପାଇଁ ଓଲିଉଡ଼ର ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଜଣାଇଛନ୍ତି l
ଯୁବ ଅଭିନେତା ସୋହମ ସିଂଙ୍କୁ ହୃଦଘାତ
