Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଥାନା ରେ ପିସିଆର ଭ୍ଯାନ ନ ଥିବାରୁ ଦାଦରା ଗାଡିରେ ପୁଲିସ କରୁଛି ପେଟ୍ରୋଲିଂ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନରେ ପିସିଆର ଭ୍ୟାନ ନଥିବାରୁ ଅନେକ ସମୟରେ ଅପରାଧ ନିୟନ୍ତ୍ରଣ ହୋଇପାରୁନାହିଁ ।‌ ଉକ୍ତ ଥାନା ଜିଲ୍ଲାର ସୀମାନ୍ତରେ ରହୁଥିବା ବେଳେ ଅଞ୍ଚଳରେ ଅପରାଧ କାର୍ଯ୍ୟକଳାପ କୁ ନିୟନ୍ତ୍ରଣାଧୀନ କରିବା ପାଇଁ ଏଠାରେ ଏକ ପିସିଆର ଭ୍ୟାନ ର ଆବଶ୍ୟକତା ରହିଛି। ଯାହା ଫଳରେ ଏହି ଥାନା ଅଞ୍ଚଳରେ ଥିବା ଗାଁ ଗଣ୍ଡାକୁ ବିଭିନ୍ନ ଅପରାଧ ନିୟନ୍ତ୍ରଣ ପାଇଁ ସଠିକ ସମୟରେ ପହଞ୍ଚି ପାରୁନାହିଁ। ପୁଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାର ବିଭିନ୍ନ ଥାନାକୁ ପେଟ୍ରୋଲିଂ ପିସିଆର ଭ୍ୟାନ ସେବା ଯୋଗାଇ ଦେଇଛନ୍ତି। ସୁବଳୟା ଥାନା ଦୀର୍ଘ ଦିନରୁ ଥାନା ମାନ୍ୟତା ପାଇଥିଲେ ମଧ୍ୟ କର୍ମଚାରୀ ସାଙ୍ଗକୁ ବିଭିନ୍ନ ସମସ୍ୟା ରେ ଗତି କରୁଛି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଜନସାଧାରଣ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।‌

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ