Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳ ବୈଶାଖୀର କରାଳ ରୂପ : ପ୍ରବଳ ବର୍ଷା ଓ ପବନରେ ଘରର ଛପର ଉଡ଼ିଗଲା

ବାଲିଗୁଡା, ତା, ୨୦/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁଁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି ନଷ୍ଟ ହୋଇଛି। ସୂଚନା ଯେ ପ୍ରତିଦିନ ଭଳି ଲୋକମାନେ ରାତିରେ ଖାଇ ପିଇ ଶୋଇପଡ଼ିଥିଲେ। ହଠାତ ବିଳମ୍ବିତ ରାତିରେ କେହି କିଛି ବୁଝିବା ଆଗରୁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଫଳରେ ଉକ୍ତ ଗ୍ରାମର ମାଙ୍ଗେରା ପ୍ରଧାନ , ରୁପେନ୍ଦ୍ର ପ୍ରଧାନ , ସୁକିରାମ ପ୍ରଧାନ , ପପୁ ପ୍ରଧାନ , ଦିବ୍ୟାଙ୍ଗ ବ୍ୟକ୍ତି ରାଧାନାଥ ପ୍ରଧାନଙ୍କ ଘରର ଛପର ଉଡିବା ସହ ବର୍ଷା କାରଣରୁ ଘରର ଅନେକ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ସେମାନେ ଏବେ ବେସାହାରା ହୋଇ ରହିଛନ୍ତି । ଏଣୁ ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ