ଏମ୍ ଏନ୍ ସି ସି ଚମ୍ପିଆନ୍ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; କେନ୍ଦୁପାଲି କୁ ହରାଇ ବ୍ରାହ୍ମଣୀ ପାଲି ଦଳ ଚାମ୍ପିଅନ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କାନପୁର ଯୁବକ ସଂଘ ଆନୁକୂଲ୍ୟରେ ଏମଏନସିସି ଚାମ୍ପିଅନ ଟ୍ରଫି କ୍ରିକେଟ ବୁଧୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହାର ଫାଇନାଲ ରେ କେନ୍ଦୁପାଲି କୁ ହରାଇ ବ୍ରାହ୍ମଣୀପାଲି ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ କେନ୍ଦୁପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ରେ ୬ ଉଇକେଟ ହରାଇ ୭୮ ରନ କରିଥିଲା। ଜବାବରେ ବ୍ରାହ୍ମଣୀପାଲି ଦଳ ଆବଶ୍ୟକୀୟ ୭୯ ରନ କୁ ୫.୨ ଓଭର ରେ କୌଣସି ଉଇକେଟ ନ ହରାଇ ସଂଗ୍ରହ କରିଥିଲା। ଦ୍ଵିତୀୟ ଫର୍ମାଟ ରେ କେନ୍ଦୁପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩ ଓଭର ରେ ୪ ଉଇକେଟ ହରାଇ ୩୧ ରନ କରିଥିଲା। ଜବାବରେ ବ୍ରାହ୍ମଣୀପାଲି ଦଳ ମଧ୍ୟ ନିର୍ଦ୍ଧାରିତ ୩ ଓଭର ରେ ୩ ଉଇକେଟ ହରାଇ ୩୧ ରନ କରିଥିଲା। ତୃତୀୟ ଫର୍ମାଟ ରେ ବ୍ରାହ୍ମଣୀପାଲି ଦଳ ୧୦ ରନ କରିଥିବା ବେଳେ କେନ୍ଦୁପାଲି ଦଳ ୭ ରନ କରିଥିଲା । ଦୁଇଟି ଫର୍ମାଟ ରେ ବିଜୟୀ ହୋଇ ବ୍ରାହ୍ମଣୀପାଲି ଦଳ ମ୍ୟାଚ୍ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କ୍ରୀଡାବିତ ସୁଶାନ୍ତ ଦାସ,ବାଲ୍ମୀକି ଖମାରୀ,ସୁବାସ ସାହୁ,ନିରଞ୍ଜନ ଖମାରୀ ଓ ପୋଡ଼ସି ମହାକୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ବ୍ରାହ୍ମଣୀପାଲି ର ସଞ୍ଜୟ ହାତୀ ଙ୍କୁ ମ୍ୟାନ ଅଫ ଦି ଫାଇନାଲ , ପୁରୁଷୋତ୍ତମ ହାତୀ ଙ୍କୁ ମ୍ୟାନ ଅଫ ଦି ସିରିଜ,ଦେବ ହାତୀ ଙ୍କୁ ଶ୍ରେଷ୍ଠ ବୋଲର, କେନ୍ଦୁପାଲି ର ଦୀପକ ମେହେର ଙ୍କୁ ଶ୍ରେଷ୍ଠ ବ୍ୟାଟର ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଚାମ୍ପିଅନ ବ୍ରାହ୍ମଣୀପାଲି ଦଳ କୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା କେନ୍ଦୁପାଲି କୁ ନଗଦ ୯ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ଝାଣ୍ଟୁ ଛତ୍ରିଆ ଓ ଉତ୍ତମ ଖମାରୀ ପରିଚାଳନା କରିଥିବା ବେଳେ ଅଭିମନ୍ୟୁ ଖମାରୀ ସ୍କୋରିଙ୍ଗ ଏବଂ କବିରାଜ ଖମାରୀ ଧାରାବିବରଣି ପ୍ରଦାନ କରିଥିଲେ। ଆୟୋଜକ ବାସୁଦେବ ଖମାରୀ , ସୈନିକ , ଘାସିରାମ , ଦୁଷ୍ମନ, ପ୍ରଦୀପ , ରଞ୍ଜନ , ସୁରେନ୍ଦ୍ର ଖମାରୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ ।