ସୁବଳୟା ଓ ଜାଲୋଏ କୁ ବ୍ଲକ ମାନ୍ୟତା ପାଇଁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲl ଙ୍କ ରାଜସ୍ଵ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାରେ ବର୍ତ୍ତମାନ ୬ଟି ବ୍ଳକ ରହିଛି । କିନ୍ତୁ ବ୍ଳକ ସଂଖ୍ୟା ବୃଦ୍ଧି ପାଇଁ ବୀରମହାରାଜପୁର ବିଧାୟକ ମାନ୍ୟବର ଇଂ ରଘୁନାଥ ଜଗଦଲା ଚେଷ୍ଟା କରିଛନ୍ତି ।ବୀରମହାରାଜପୁର ବିଧାନସଭା ମଣ୍ଡଳୀର ଯାଲୋଏ ଓ ସୁବଳୟା କୁ ନୂତନ ବ୍ଳକ କରିବା ପାଇଁ ବୀରମହାରାଜପୁର ବିଧାୟକ ଶ୍ରୀ ଜଗଦଲା ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ଙ୍କୁ ଦାବିପତ୍ର ଦେବା ସହ କହିଛନ୍ତି । ଦାବିପତ୍ର ରେ ଉଲ୍ଲେଖ ଯେ, ଯାଲୋଏ ଓ ସୁବଳୟା କୁ ବ୍ଳକର ମାନ୍ୟତା ଦିଆଯାଉ । ସୂଚନାଯୋଗ୍ୟ ଯେ,ଆଗରୁ ମଧ୍ୟ ସୁବଳୟା ବ୍ଳକ ପାଇଁ ଦାବି ହୋଇ ଆସୁଥିଲା। ଏହି ଦାବିପତ୍ର ବିଧାୟକ ଦେଇଥିବାରୁ ଓ ଅଞ୍ଚଳର ବିକାଶ କରୁଥିବାରୁ ଜନସାଧାରଣ ଧନ୍ୟବାଦ ଦେବା ସହ ସବୁଆଡେ ପ୍ରଶଂସା କରୁଛନ୍ତି।