Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ବାଲିଗୁଡା ,ତା, ୨୧/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ଶୁକ୍ରବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ୧୪ ଟି ପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧି ସମେତ ଶତାଧିକ ଶ୍ରମିକ ଯୋଗ ଦେଇ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟ ହେଉଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ସୁବିଧା ଅସୁବିଧା ଓ ସମସ୍ୟା ସମ୍ପର୍କ ରେ ଶୁଣିବା ସହ ଅଭିଯୋଗ ସମ୍ପର୍କ ରେ ପ୍ରଶ୍ନ ପଚାରିବା ସହ ତାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ , ବ୍ଲକ ଅଧ୍ୟକ୍ଷା ମିଶାବତୀ ମଲ୍ଲିକ , ଉପାଧ୍ୟକ୍ଷା ନିକଜିନୀ ଦିଗାଳ, ବିଡିଓ ଦୀପ୍ତି ପ୍ରକାଶ ବେହେରା ,ଏବିଡିଓ ପ୍ରଦୀପ ବାଘ ,ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ ,ସହକାରୀ ଯନ୍ତ୍ରୀ ଆଶିଷ ରଞ୍ଜନ ପାତ୍ର, ରେଞ୍ଜର ଡି ସୁବାଷ, ବ୍ଲକ ସାମାଜିକ ସମୀକ୍ଷକ ରୂପକ ପ୍ରଧାନ ସମେତ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ,ଶ୍ରମିକ ଓ ଜନସାଧାରଣ ଯୋଗଦେଇଥିଲେ । ବ୍ଳକର ୧୪ ଟି ଗ୍ରାମ ପଞ୍ଚାୟତରେ ଉକ୍ତ ୬ମାସ ମଧ୍ୟରେ ୧୮୮୫ ଟି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ହାତକୁ ନିଆଯାଇଥିଲା ସେଥିମଧ୍ୟରୁ ୧୧୯୬ ଟି କାର୍ଯ୍ୟ ସମ୍ପୂର୍ଣ ହୋଇଛି, ୧୯ କୋଟି ୨୦ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ୧୩ ହଜାର ୭୬୯ ପରିବାର ଜବ କାର୍ଡ ଆବେଦନ କରିଥିବା ବେଳେ ୬ଲକ୍ଷ ୪ ହଜାର ୩୪୧ ଜଣ ଜବ କାର୍ଡ ହାତେଇଛନ୍ତି । ୧୫୩୦ ପରିବାର ୧୦୦ଦିନର କାମ କରି ରୋଜଗାର ପାଇଥିବା ଜନ ଶୁଣାଣୀ ବୈଠକରେ ପ୍ରତି ପଞ୍ଚାୟତରେ କାର୍ଯ୍ୟ କରୁଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସୂଚନା ରୁ ଜଣାପଡିଛି । ଏପିଓ ରାଜେଶ କୁମାର ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ସୂଚନା ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ