Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚମ୍ପାମାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଚମ୍ପାମାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗଣପତି ଓ ବାବା ଚମ୍ପେଶ୍ଵର ଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନକରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ନାଏକ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ମୋ ସ୍କୁଲ୍ ଅଭିଯାନର ସଭାପତି ତଥା ସାମ୍ବାଦିକ ସତ୍ୟବାନ୍ ପୁରୋହିତ, ସମ୍ମାନିତ ଅତିଥି ଭାବରେ ସ୍କୁଲ୍ କମିଟି ସଭାପତି ସୁବଳ ଭୋଇ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ କିପରି ଭାବରେ ନିଜର କର୍ତ୍ତବ୍ୟ ସହିତ ଭବିଷ୍ୟତ ଗଢି ତୋଳିବେ ସେ ନେଇ ପରାମର୍ଶ ଦେଇଥିଲେ l ଏହି ଅବସରରେ ସ୍କୁଲ ର ଶିକ୍ଷୟିତ୍ରୀ ଝୁନୂ ଶତପଥୀ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପୁରୋହିତ ଓ ଶକୁନ୍ତଳା ମହାପାତ୍ର ମଞ୍ଚାସୀନ ହୋଇ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ l ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯାଇଥିଲା l ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ