ହିଲୁଙ୍ଗ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଭାଲିଆପଦର କୁ ହରାଇ କଳାପଥର ଚାମ୍ପିୟନ ଘୋଷିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମା ମାହେଶ୍ୱରୀ କ୍ରିକେଟ କ୍ଲବ ହିଲୁଙ୍ଗ ପଥରଘାଟ ଆନୁକୂଲ୍ୟରେ ୧୭ ତମ ଏମଏମସିସି ଚାମ୍ପିଅନ ଟ୍ରଫି କ୍ରିକେଟ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏଥିରେ ଭଳିଆପଦର କୁ ହରାଇ କଲାପଥର ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ଟସ୍ ଜିତି ଭଳିଆପଦର୍ ପ୍ରଥମେ ବ୍ୟାଟିଂ କରି ୮.୫ ଓଭର ରେ ସମସ୍ତ ଉଇକେଟ ହରାଇ ୪୧ ରନ କରିଥିଲା । ଜବାବରେ କଳାପଥର ଦଳ ଆବଶ୍ୟକୀୟ ୪୧ ରନ କୁ ୪.୩ ଓଭର ରେ ଆବଶ୍ୟକ ସଂଗ୍ରହ କରିଥିଲା । ଦ୍ଵିତୀୟ ଫର୍ମାଟ ରେ ଭାଲିଆପଦର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ୮୦ ରନ କରିଥିଲା । ଜବାବରେ କଳାପଥର ଦଳ ନିର୍ଦ୍ଧାରିତ ୮ ଓଭର ରେ ୭୦ ରନ କରି ପରାସ୍ତ ହୋଇଥିଲା। ଫଳରେ ତୃତୀୟ ଫର୍ମାଟ ରେ କଳାପଥର ପ୍ରଥମେ ବ୍ୟାଟିଂ କରି୨ ଓଭର ରେ ୨୮ରନ କରିଥିବା ବେଳେ ଭାଲିଆପଦର୍ଦ ଦଳ ମାତ୍ର ୬ ରନ କରି ପରାସ୍ତ ହୋଇଥିଲା। ଦୁଇଟି ଫର୍ମାଟ ରେ ବିଜୟୀ ହୋଇ କଳାପଥର ଦଳ ମ୍ୟାଚ୍ ର ଚାମ୍ପିଅନ ହୋଇଥିଲା । ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି, ସମାଜ ସେବୀ ଅକ୍ଷୟ ସେଠୀ, ପୂର୍ବ ସରପଞ୍ଚ ଅଶୋକ ମହାକୁର , ହିଳୁଂ ଏସ ସି ଏସ ସଭାପତି ଯୁଗିନ୍ଦ୍ର ମିର୍ଦ୍ଧା , ଧନଞ୍ଜୟ ସିଂହ , ଖୁବୁଲେ ମିର୍ଦ୍ଧା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜକ ଦଳର ସୁଶାନ୍ତ ମେଣ୍ଡଲୀ , ବିକାଶ ମିର୍ଦ୍ଧା , ବିମଳ ନାଗ , ହିମାଂଶୁ ବଘାର୍ , ବିକାଶ ସାଥୁଆ ଓ ସାରସ୍ଵତ ମହାକୁର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ ।