Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡି କଂଗ୍ରେସ ଦଳ କୁ ଫେରି ଘର ବାହୁଡ଼ା କଲେ ପୁର୍ବତନ ସରପଞ୍ଚ ନିତ୍ୟାନନ୍ଦ ସାହୁ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ର ପୂର୍ବ ସରପଞ୍ଚ ତଥା ବରିଷ୍ଟ କଂଗ୍ରେସ ନେତା ନିତ୍ୟାନନ୍ଦ ସାହୁ ବିଜେଡି ଛାଡ଼ି ନିଜ ପୂର୍ବଦଳ କଂଗ୍ରେସକୁ ଫେରି ଘର ବାହୁଡ଼ା କରିଛନ୍ତି । ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କୁ ଭେଟି କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଏହି ସମୟରେ ବରିଷ୍ଟ କଂଗ୍ରେସ ନେତା ସାମନ୍ତ ପାତ୍ର ଉପସ୍ଥିତ ଥିଲେ । ଶ୍ରୀ ସାହୁ ଜନ୍ମରୁ କଂଗ୍ରେସରେ ରହି ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ । ଗତ ସାଧାରଣ ବିଧାନ ସଭା ନିର୍ବାଚନ ରେ ବୀରମହାରାଜପୁର ବିଧାନସଭା ଆସନ ପାଇଁ ତ୍ରୁଟି ପୂର୍ଣ୍ଣ ପ୍ରାର୍ଥୀ ଚୟନ କୁ ବିରୋଧ କରି କଂଗ୍ରେସ ଛାଡି ବିଜେଡି ଦଳରେ ସାମିଲ ହୋଇଥିଲେ। ଗତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପଦ୍ମନାଭ ବେହେରା ପରାସ୍ତ ହୋଇ ବୀରମହାରାଜପୁର ରେ ଆଉ ସକ୍ରିୟ ନାହାନ୍ତି । ଫଳରେ ଏବେ ବିଜେଡି କର୍ମୀ ଓ ନେତା ବେସାହାରା ହୋଇ ପଡ଼ିଛନ୍ତି । ଶ୍ରୀ ସାହୁ ମଧ୍ୟ ବିଜେଡି ଦଳରେ କୋଣ ଠେଶା ହୋଇପଡ଼ିଥିଲେ । ଶ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ବୀରମହାରାଜପୁର ରେ ବିଜେଡି ଦଳ ଠିକ୍ ଠାକ୍ ଚାଲି ନାହିଁ । କଂଗ୍ରେସ ମୋର ପୁରୁଣା ଦଳ । ମୋର ବାପା ମଧ୍ୟ କଂଗ୍ରେସ ଦଳରେ ଥିଲେ I କଂଗ୍ରେସ ରେ ଯେଉଁ ସମ୍ମାନ ଅଛି ତାହା ଅନ୍ୟ କୌଣସି ଦଳରେ ମିଳିବ ନାହିଁ । କଂଗ୍ରେସ ମୋର ପୁରୁଣା ଦଳ ତେଣୁ ମୁ ମୋ ଘରକୁ ଫେରି ଖୁସି ଅଛି ।