Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲିଆପଦର ହରିଜନ ପଡାର ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ଯୋଗୁଁ ପାଣି ପାଇଁ ଲୋକେ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ବାଗବର ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମର ହରିଜନ ପଡ଼ାର ନଳକୂପ ରୁ ଯୋଗାଣ ହେଉଥିବା ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଏକମାସ ହେବ ଅଚଳ ହୋଇ ପଡିଛି । ଗ୍ରାମବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ପ୍ରକାଶ ଥାଉକି ବସୁଧା ଯୋଜନା ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଏହି ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇ ଗ୍ରାମବାସୀଙ୍କୁ ଜଳ ଯୋଗାଣ କରୁଥିଲା । ମାତ୍ର ଦୀର୍ଘ ଏକ ମାସ ହେବ ଏହି ପ୍ରକଳ୍ପ ର ମୋଟର ପୋଡି ଯାଇଛି କହି ବିଭାଗୀୟ କର୍ତ୍ତୃପକ୍ଷ ନୀରବ ରହିଛନ୍ତି । ଫଳରେ ଜଳ ଯୋଗାଣ ବନ୍ଦ ଥିବାରୁ ପଡାବାସୀ ନାହଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ତେଣୁ ତୁରନ୍ତ ଏହାର ମରାମତି କରାଇ ସକ୍ଷମ କରା ଯିବାକୁ ସାଧାରଣ ରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ