Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକରାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଂଚାୟତ ର ଟିକ୍ରାପଡା ଗ୍ରାମର ନୂତନ ଜଗନ୍ନାଥ ମଦିର ପ୍ରତିଷ୍ଠା ଦିବସ ଏବଂ ଛପନ ପ୍ରହରୀ ନାମ ଯଜ୍ଞ ଆସନ୍ତା ମାର୍ଚ୍ଚ ଦୁଇ ତାରିଖ ରୁ ଦଶ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାରୁ ଆଜି ସନ୍ଧ୍ୟାରେ ଟିକ୍ରାପଡ଼ା ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି l ଏହି ବୈଠକରେ ପ୍ରାଏ ଚାଳିଶ ଜଣ ଭଦ୍ର ବ୍ୟକ୍ତିଙ୍କୁ ନେଇ ଏକ ମୁଖ୍ୟ ପରିଚାଳନା କମିଟି ଗଠନ କରା ଯାଇଛି l ପ୍ରତ୍ୟକ ବିଭାଗ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯିବl ସହ ଅନେକ ଭଦ୍ରବ୍ୟକ୍ତି ଙ୍କୁ ଦାୟିତ୍ୱ ଦିଆ ଯାଇଛି l ବୈଠକରେ ଗିରିଧାରୀ ମେହେର ସଭାପତିତ୍ୱ କରିଥିଲେ ଏବଂ ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ହୋଇ ନିଜ ନିଜର ମତାମତ ଦେଇଥିଲେ I ଏହି ବୈଠକରେ ପୂର୍ବତନ ସରପଞ୍ଚ ଅଶୋକ ଦାଶ , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଶୋକ ପୁରୋହିତ , ପୂର୍ବତନ ସରପଞ୍ଚ ରଘୁନାଥ ସେଠି , ନନ୍ଦ କିଶୋର ମିଶ୍ର , ଲଳିତ ପାତ୍ର , ହୃଷିକେଶ ମେହେର , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ମେହେର , ରାଘବ ବିଶ୍ୱାଳ , ଶଙ୍କର ମେହେର , ବିନାୟକ ମେହେର , ସପନ କୁମାର ପଧାନ , ଧୂର୍ଵ ମେହେର , ଡମ୍ବରୁ ଧର ମେହେର , ସାମ୍ବାଦିକ ରାଜେଶ କୁମାର ସେଠି , ଶେଷଦେବ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l