ବିବାହ ଭୋଜି ସମୟରେ ପାଟିତୁଣ୍ଡ ହୋଇ ଭଣଜା ର ଠେଙ୍ଗା ମାଡରେ ମାମୁଁର ମୃତ୍ୟୁ ; ଅଭିଯୁକ୍ତ ସୁମନ୍ତ କୁ ଗିରଫ କରି କୋର୍ଟଚାଲାଣ ଚାଲାଣ କରିଛି ପୁଲିସ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଅମୁଲ୍ୟ ମଣି ରାଣିପୁର ଠାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି l ବିବାହ ଭୋଜି ଚାଲିଥିବା ବେଳେ ଅଭିଯୁକ୍ତ ସୁମନ୍ତ ପୋଡ଼ ଏବଂ ସାରଥୀ ଥପା ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା l ସାରଥୀ କୁଚିଆ ମଦ ଦୋକାନ କରିଥିବା ବେଳେ ମଦ ଦିଆ ନିଆ କୁ ନେଇ ପାଟିତୁଣ୍ଡ ହେବାପରେ ଅଭିଯୁକ୍ତ ସୁମନ୍ତ ର ଠେଙ୍ଗା ମାଡ଼ରେ ସାରଥୀ ଗୁରୁତର ହେବାସହ ପ୍ରଥମେ ବୀରମହାରାଜପୁର ଡାକ୍ତର ଖାନା ଓ ପରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି କରିବା ପାଇଁ ନିଆ ଯାଇଥିଲା I ପରେ ସେଠାରୁ ସାରଥୀ କୁ ରିଲିଫ କରିଦିଆଗଲା l କିନ୍ତୁ ଘରକୁ ଆସିବା ପରେ ହଠାତ ଅସୁସ୍ଥ ହେବାରୁ ପୁଣି ତାକୁ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା କୁ ନିଆଯାଉଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ବୀରମହାରାଜପୁର ଥାନାରେ ଏତଲା ଦିଆଯାଇଥିଲା I ପୁଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା I ବୀରମହାରାଜପୁର ପୋଲିସ ର ତନାଘନା ପରେ ଅଭିଯୁକ୍ତ ସୁମନ୍ତ କୁ ପଧାନପାଲି ଜଙ୍ଗଲ ରୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି l ଏ ନେଇ ଆଜି ଏକ ସାମ୍ବାଦିକ ସମ୍ବିଳନୀ ରେ ସବ ଡିଭିଜନ ପୋଲିସ ଅଧିକାରୀ ହେମନ୍ତ ରାଓ ସୂଚନା ଦେଇଛନ୍ତି l ଉକ୍ତ ସାମ୍ବାଦିକ ସମ୍ବିଳନୀରେ ବୀରମହାରାଜପୁର ଥାନା ଆଇ ଆଇ ସି ଶୋଭାକର ସେଟ ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l ଅଭିଯୁକ୍ତ ସୁମନ୍ତ ଏବଂ ମୃତ ସାରଥୀ ସମ୍ପର୍କ ରେ ମାମୁଁ ଭଣଞ୍ଜା ହୋଇଥିବା ଜଣାପଡିଛି I