ଉଲୁଣ୍ଡା : (ସୌମିତ୍ରି ମେହେର)
ଆଜି ସନ୍ଥ କବି ଚନ୍ଦ୍ରମଣି ଦାସ ଓ ଭୀମ ଭୋଇ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଶ୍ରୀକୃଷ୍ଣ ପ୍ରଜ୍ଞା ଶିକ୍ଷା ନିକେତନ, ଉଲୁଣ୍ଡା ପରିସରରେ ସନ୍ଥ କବି ଭୀମ ଭୋଇଙ୍କ ଶ୍ରାଦ୍ଧ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଶ୍ରାଦ୍ଧ ସଭାରେ ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ କାଳଜୟୀ ସାରସ୍ୱତ ସର୍ଜନା ଓ ଧର୍ମଧାରା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା l ଏହି ଶ୍ରାଦ୍ଧ ସଭାରେ ସ୍ମୃତି ଟ୍ରଷ୍ଟର ସଭାପତି ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଗୋରେଖ ନାଥ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷାବିତ ବ୍ରଜମୋହନ ଦାନୀ ମୁଖ୍ୟ ଅତିଥି ଭାବେଯୋଗଦେଇଥିଲେ l ଦେବାଶିଷ ପାଣ୍ଡିଆ ମୁଖ୍ୟ ବକ୍ତା, ଡ.ଅନିରୁଦ୍ଧ କୁରୁକୁରିଆ ସମ୍ମାନିତ ବକ୍ତା ଏବଂ ଅଧ୍ୟାପକ ବିଶ୍ୱ ନାଗ ଓ ଶିକ୍ଷକ ମକୁନ୍ଦ ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଛାତ୍ର ରୋହିତ ପଧାନ, ବ୍ରଜକିଶୋର ପ୍ରଧାନ , ଆୟୁଷ ମେହେର , ରଜତ ପଧାନ ପ୍ରମୁଖ ମଧ୍ୟ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଶେଷରେ ସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପ୍ରାରମ୍ଭରେ ଭୀମ ଭୋଇଙ୍କ ଭଜନ ଗାନ କରି ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା l
ଶ୍ରୀ କୃଷ୍ଣ ପ୍ରଜ୍ଞା ଶିକ୍ଷା ନିକେତନ ପରିସରରେ ସନ୍ଥ କବି ଭୀମ ଭୋଇ ଙ୍କ ଶ୍ରାଦ୍ଧ ଦିବସ ପାଳିତ
