Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାରିଙ୍ଗବାଡି ଠାରେ ରାଜ୍ୟର ପ୍ରଥମ ଜିଲ୍ଲା ସ୍ତରୀୟ ପୁଞ୍ଜି ବିନିଯୋଗ କର୍ମଶାଳା ଉଦ୍‌ଘାଟିତ

ବାଲିଗୁଡା, ତା, ୨୭/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ରାଜ୍ୟର ପ୍ରଥମ ଜିଲ୍ଲା ସ୍ତରୀୟ ପୁଞ୍ଜି ବିନିଯୋଗ କର୍ମଶାଳା-୨୦୨୫ ଦାରିଙ୍ଗବାଡି ସ୍ଥିତ ଇକୋ ରିଟ୍ରିଟ୍ ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ, ପଶୁପାଳନ, ଉଦ୍ୟାନ କୃଷି ପାଇଁ ପାଇଁ ବ୍ୟାପକ ସୁଯୋଗ ରହିଥ‌ିବା ଏବଂ ଏହାର ଉପଯୋଗ ପାଇଁ ଏହା ଏକ ଯଥାର୍ଥ ଉଦ୍ଯମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍କର୍ଷ ଓଡିଶାର ସଫଳ ରୂପାୟନ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ ସାଂସଦ ଶ୍ରୀ ପାଣିଗ୍ରାହୀ । ଏହି ଇନଭେଷ୍ଟମେଣ୍ଟ ମିଟ୍‌ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଯୋଗ ଦେଉଛନ୍ତି । ଜିଲ୍ଲାରେ ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଉଦ୍ୟାନ କୃଷି, ସ୍ବାସ୍ଥ୍ୟସେବା ସହିତ
ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜିନିବେଶର ସମ୍ଭାବନା ସମ୍ପର୍କରେ ବିଶେଷ ଆଲୋଚନା କରାଯିବ। ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ଭିର୍ତ୍ତିଭୂମି ସହାୟତା ନେଇ ମଧ୍ୟ ବିଚାର ବିମର୍ଶ କରାଯିବ । କନ୍ଧମାଳ ଜିଲ୍ଲାର ଔଦ୍ୟୋଗିକ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଯୋଗ ଦେଇଥିବା ବ୍ୟବସାୟ ପ୍ରତିଷ୍ଠାନର ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲିକ, ଦାରିଙ୍ଗବାଡି ବ୍ଲକ ଅଧ୍ଯକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡା ଉପଜିଲ୍ଲାପାଳ ଡ. ରୀନା ପ୍ରଧାନ, ମୂଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସ୍ବାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ