ତେରଶମ୍ଭୁ ମିଳନ ସମାରୋହ ପ୍ରସ୍ତୁତି ପାଇଁ ମା ‘ ପାଟଖଣ୍ଡା ଙ୍କ ନିକଟରେ ପୂଜାର୍ଚନା


ବାଲିଗୁଡା, ତା, ୨୮/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଶମ୍ଭୁ ମିଳନ ଉତ୍ସବ ଆସନ୍ତା ଏପ୍ରିଲ ମାସ ୬ ତାରିଖ ରବିବାର ଦିନ ଆୟୋଜିତ କରିବା ସମିତି ତରଫରୁ ବିଧିବଦ୍ଧ ଭାବେ ହେବା ପାଇଁ ସ୍ଥିର କରାଯାଇଛି l ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା’ ପାଟଖଣ୍ଡା ଙ୍କ କୃପା ଭିକ୍ଷା ଲାଭ କରିବା ପାଇଁ ପଞ୍ଚୁଦଣ୍ଡ ପରିଚାଳନା ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଗହଣ ରେ ସମସ୍ତ କର୍ମକର୍ତା, ସଦସ୍ୟ ଙ୍କ ଉପସ୍ଥିତ ରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା କରି ସମିତିର ଆଗାମୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l