ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପକ୍ଷରୁ ଚାଲିଥିବା ଲକ୍ଷପତି ଦିଦି ତାଲିମ ଶିବିର ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ଲକ୍ଷପତି ଦିଦି ତାଲିମ୍ ଶିବିର ଶନିବାର ଉଦଯାପିତ ହୋଇଯାଇଛି । ଦୀର୍ଘ ୧୬ ଦିନ ଧରି ୮ ଟି ବ୍ୟାଚ୍ ରେ ମୋଟ୍ ୩୭୧ ଜଣ ଲକ୍ଷପତି ଦିଦି ଙ୍କୁ ତାଲିମ୍ ପ୍ରଦାନ କରାଯାଇଛି । ସଂଘ ର ସଭାନେତ୍ରୀ ମୀରା ବାରିକ୍ ଙ୍କ ଅଧ୍ୟକ୍ଷତା ରେ ଚାଲୁଥିବା ତାଲିମ୍ ଶିବିର ରେ ସଂଘ ର ଏମବିକେ ବବିତା ରାଣୀ ମହାପାତ୍ର ଲକ୍ଷପତି ଦିଦି ମାନଙ୍କୁ ତାଲିମ୍ ପ୍ରଦାନ କରୁଥିଲେ ଏଵଂ ସି.ଆର.ପି ଦିଦି ମାନଙ୍କ ସହାୟତା ରେ ସମସ୍ତ ସଭ୍ୟା ମାନଙ୍କ ବ୍ୟବସାୟ ଉନ୍ନତି କରଣ ଯୋଜନା ପ୍ରସ୍ତୁତ କରାଯାଉଥିଲା । ଦୀର୍ଘ ୧୬ ଦିନ ଧରି ଅନୁଷ୍ଠିତ ହୋଇଥିବା ତାଲିମ୍ ଶିବିର ର ସୁପରିଚାଳନା ହୋଇ ପାରିଥିବା ହେତୁ ସଭାନେତ୍ରୀ ମୀରା ବାରିକ୍ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସରକାର ଙ୍କ ଆଦର୍ଶ ଯୋଗ୍ୟ ପଦକ୍ଷେପ ପାଇଁ ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି ବିଭାଗ କୁ ଧନ୍ୟବାଦ୍ ଜଣାଇଛନ୍ତି ।